ଦେଶ ବିଦେଶ

ଅଣ୍ଡରୱାର୍ଲ୍ଡ ଡନ ଦାଉଦର ଭଣଜା ଗିରଫ

ମୁମ୍ବାଇ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭଣଜା ରିଜବାନ କାରକରକୁ ମୁମ୍ବାଇ କ୍ରାଇମବ୍ରାଂଚ ଗିରଫ କରିଛି । ରିଜବାନ ହେଉଛି ଇକବାଲ କାରକରର ପୁଅ । ପୋଲିସ ତାକୁ ଏକ୍ସଟର୍ସନ ମାମଲାରେ ଗିରଫ କରିଛି । ତାର ପିତା ଇକବାଲ ମଧ୍ୟ ସମାନ ମାମଲାରେ ଜେଲରେ ଅଛି  ।

ସୂଚନା ମୁତାବକ, ଛୋଟା ସକିଲର ସହଯୋଗୀ ଅଫରୋଜ ବଦାରିଆକୁ ମୁମ୍ବାଇ ପୋଲିସ ହାବାଲା ମାମଲାରେ ଗିରଫ କରିଥିଲା । ଏହି ମାମଲାରେ ଦାଉଦର ଭଣଜାକୁ ଗିରଫ କରାଯାଇଛି । ଅତିଶୀଘ୍ର ମୁମ୍ବାଇ ପୋଲିସ ଏହି ମାମଲାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବା ସହ ଅଧିକ ସୂଚନା ଦେବା ନେଇ କହିଛି ।

ନିକଟରେ ଦାଉଦର ଘନିଷ୍ଠ ରିଆଜ ଭାଟିକୁ ମୁମ୍ବାଇରୁ ଗିରଫ କରାଯାଇଥିଲା । ରିଆଜ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସର ଏମସିଏ କ୍ଲବର ସଦସ୍ୟତା ହାସଲ କରିବାକୁ ୱିଲସନ କଲେଜର ନକଲି ଜସ୍ତାବିଜ ପ୍ରସ୍ତୁତ କରିଥିଲା । ଏପରିକି ସେ ୨୦୧୩ରେ କ୍ଲବର ସଦସ୍ୟ ମଧ୍ୟ ହୋଇଥିଲା ।

1