ଦେଶ ବିଦେଶ

ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦେଇଥିବା ଡାକ୍ତରଖାନାକୁ ୨୦ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଡାକ୍ତରଖାନାର ଭୁଲ ରକ୍ତ ପାଇଁ ଜଣେ ଶିଶୁ ଏଚ୍‌ଆଇଭି ସଂକ୍ରମିତ ହେବାରୁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ୨୦ଲକ୍ଷ ଟଙ୍କା ଦଣ୍ଡ ଗଣିବେ। ଚେନ୍ନାଇ ସିଟି ସିଭିଲ କୋର୍ଟ ଏହି ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଡିସେମ୍ବର ୧୯୯୮ରେ ପୀଡ଼ିତଙ୍କୁ ୭ମାସ ହୋଇଥିବା ବେଳେ ସେ ଡାଇରିଆର ଶିକାର ହୋଇଥିଲେ। ଚିକି ଚିକିତ୍ସା ପାଇଁ ପରିବାର ଲୋକେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲଡ୍‌ ହେଲଥ୍‌ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପେଟରେ ସମସ୍ୟା ଥିବା କହି ସର୍ଜରୀ କରିଥିଲେ ଡାକ୍ତର। ପରୀକ୍ଷା ନକରି ପୀଡ଼ିତଙ୍କୁ ଦେଇ ଦେଇଥିଲେ ଏଚ୍‌ଆଇଭି ସଂକ୍ରମିତ ରକ୍ତ। ଡାକ୍ତରଖାନାରୁ ଯିବାର କିଛି ଦିନ ପରେ ସେ ପୁଣି ଥରେ ଅସୁସ୍ଥ ହୋଇ ପଡ଼ିବାରୁ ଡାକ୍ତର ପରୀକ୍ଷା କରି ଜଣାଇଥିଲେ ଏଚ୍‌ଆଇଭିରେ ସଂକ୍ରମିତ ହୋଇଛି । ଏହା ଜାଣି ପରିବାର ଲୋକେ ଡାକ୍ତରଖାନା ବିରୋଧରେ ଏତଲା ରୁଜୁ କରିଥିଲେ । ଏହି ମାମଲା ଉପରେ ଶୁଣାଣି କରି କୋର୍ଟ ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।