ଦେଶ ବିଦେଶ

କାଶ୍ମୀର ମଧ୍ୟସ୍ଥତା ଚିତ୍ର ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ- ରାହୁଲ

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଇସ୍ୟୁ ଆଜି ସଂସଦରେ ଝଡ ସୃଷ୍ଟି କରିଛି ବିରୋଧିଦଳର ଦାବି ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ କୌଣସି ମତେ ଗ୍ରହଣୀୟ ନୁହେଁ କିନ୍ତୁ ବିରୋଧୀ ନିଜ ଜିଦରେ ଅଟଳ ଥିବା ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧି କହିଛନ୍ତି ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ମଧ୍ୟରେ କଣ ବାର୍ତ୍ତାଳାପ ହୋଇଛି ତାହା ସ୍ପଷ୍ଟ କରାଯାଉ

ରାହୁଲ ଟ୍ୱିଟରରେ ଲେଖିଛନ୍ତି କି, ଟ୍ରମ୍ପଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବା ପାଇଁ କହିଥିଲେ। ଯଦି ଏହା ସତ୍ୟ ତେବେ ପ୍ରଧାନମନ୍ତ୍ରୀ ଭାରତର ହିତ ପାଇଁ ୧୯୭୨ ଶିମଳା ବୁଝାମଣା ସହ ଧୋକା କରିବେ ଏକ ଦୁର୍ବଳ ବୈଦେଶିକ ମନ୍ତ୍ରାଳୟ ମନା କରିବାରେ କିଛି ପ୍ରଭାବ ପଡିବ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ ଦେବାକୁ ପଡିବ। 

ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଆମେରିକୀୟ ରାଷ୍ଟ୍ରପତିଙ୍କୁ କୌଣସି ମଧ୍ୟସ୍ଥତା କଥା କହି ନାହାଁନ୍ତି ଭାରତ ସବୁବେଳେ ଚିତ୍ର ସ୍ପଷ୍ଟ ରଖିଛି କାଶ୍ମୀର ମାମଲାରେ ଆମେ ଶିମଲା ଏବଂ ଲାହୋର ବୁଝାମଣା ଆଧାରରେ ଆଗକୁ ବଢିବୁ। ଆତଙ୍କବାଦ ଶେଷ ହେବାପରେ ପାକିସ୍ତାନ ସହ ବାର୍ତ୍ତାଲାପ କରିବା ସମ୍ଭବ ବୋଲି ସେ ବିବ୍ରୁତି ଦେଇଛନ୍ତି