ଦେଶ ବିଦେଶ

ଟ୍ରେନରେ ମିଳିବ ବିମାନ ଭଳି ସେବା

ନୂଆଦିଲ୍ଲୀ : ରେଲୱେ ନିଜ ଯାତ୍ରୀଙ୍କ ପାଇଁ ଉତ୍ତମ ସୁବିଧା ଦେବାପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି ଏଥିପାଇଁ ରେଳବିଭାଗ ନିଜ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଟ୍ରେନିଂ ଦେବା ଆରମ୍ଭ କରିବ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଅନେକ ଥର ଏହି ଅଭିଯୋଗ କରିଥାନ୍ତି ଯେ ରେଳ କର୍ମଚାରୀ, ଖାସ୍ କରି IRCTC କ୍ୟାଟରିଂ ଷ୍ଟାଫଙ୍କ ହସପିଟାଲିଟି ଠିକ୍ ନୁହେଁ ଅନେକ ଥର ଯାତ୍ରୀଙ୍କ ସହିତ ମାରପିଟ୍ ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି ତେବେ ଏଥିପାଇଁ ଏବେ କ୍ୟାଟରିଂ ଷ୍ଟାଫଙ୍କ ଟ୍ରେନିଂ ଦେବାପାଇଁ ନିଷ୍ପତ୍ତି ନିଆଯାଇଛି

ରେଲୱେ ଏଥିପାଇଁ ପ୍ରିମିୟମ ଟ୍ରେନ୍ ଯଥା ରାଜଧାନୀ, ଶତାବ୍ଦୀ ଏକ୍ସପ୍ରେସ୍, ଦୁରନ୍ତ ଏକ୍ସପ୍ରେସର କ୍ୟାଟ୍ରିଂ ପେଣ୍ଟ୍ରି ଷ୍ଟାଫଙ୍କୁ ଟ୍ରେନିଂ ଦେଇ ଯାତ୍ରୀଙ୍କୁ ବିମାନ ଭଳି ସୁବିଧା ଦେବାର ଅନୁଭବ କରାଇବା ପାଇଁ ଚାହୁଁଛି ଏହି ଷ୍ଟାଫଙ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରଫେସନାଲ୍ କରାଯିବ ସ୍କିଲ୍ ଇଣ୍ଡିଆ ଅନୁସାରେସକ୍ଷମପ୍ରୋଗ୍ରାମ ଆରମ୍ଭ କରାଯାଇଛି ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ହେଉଛି ଏହି ଷ୍ଟାଫଙ୍କୁ ପ୍ରଫେସନାଲ୍ ଟ୍ରେନିଂ ଦେବା ଟ୍ରେନିଂ ସମୟରେ ଏହି କର୍ମଚାରୀମାନଙ୍କୁ ସେଣ୍ଟର ମଧ୍ୟ ନିଆଯିବ

ସୂଚନା ଅନୁସାରେ IRCTC ପ୍ରଥମ ପର୍ଯ୍ୟାୟରେ ୨୦୦୦ କ୍ୟାଟ୍ରିଂ ଷ୍ଟାଫଙ୍କୁ ଟ୍ରେନିଂ ଦେବାପାଇଁ ନିଷ୍ପତ୍ତି ନେଇଛି ଏହି ଷ୍ଟାଫ୍ ମୁଖ୍ୟତଃ ପେଣ୍ଟ୍ରି କ୍ୟାଟ୍ରିଂ ଡିପାର୍ଟମେଣ୍ଟରୁ ରହିବେ ଏବଂ ଏମାନଙ୍କ ସିଧା ସମ୍ପର୍କ ଯାତ୍ରୀଙ୍କ ସହିତ ରହିବ ଟ୍ରେନିଂ ସମୟରେ  ତାଙ୍କୁ ପ୍ରଶିକ୍ଷଣ ଦିଆଯିବ ଯେ ଯାତ୍ରୀଙ୍କ ସହିତ କେଉଁଭଳି ବ୍ୟବହାର କରାଯିବ ଏବଂ ଅନ୍ୟ କେଉଁ କେଉଁ ନିୟମକୁ ଧ୍ୟାନରେ ରଖାଯିବ

ରେଲୱେ ଅଧିକାରୀଙ୍କ କହିବାନୁସାରେ ଏହି ଷ୍ଟାଫଙ୍କୁ ସବୁବେଳେ ୟୁନିଫର୍ମରେ ରହିବା ପାଇଁ ପ୍ରଶିକ୍ଷଣ ଦିଆଯିବ ୟୁନିଫର୍ମରେ ନାଁ ମଧ୍ୟ ରହିବ ହାତରେ ଗ୍ଲୋବ୍ସ ରହିବ ଯେତେବେଳେ ଅର୍ଡର ନେବାର ଅଛି କିମ୍ବା ଖାଦ୍ୟ ପରଷିବାର ଅଛି ସେ ସମୟରେ ଯାତ୍ରୀଙ୍କ ସହିତ ଉତ୍ତମ ବ୍ୟବହାର କରାଯିବ। ତେବେ ଆଶା କରାଯାଉଛି ରେଲୱେରେ ମଧ୍ୟ ବିମାନ ଭଳି ସେବାର ଅନୁଭବ ମିଳିବ