ନୂଆଦିଲ୍ଲୀ : ବର୍ତ୍ତମାନ ବିହାର ଏବଂ ଆସାମରେ ବନ୍ୟାର ବିଭୀଷିକା ସୃଷ୍ଟି ହୋଇଛି । ଦିନକୁ ଦିନ ଦୁଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ବନ୍ୟାରେ ଦୁଇ ରାଜ୍ୟରେ ପାଖାପାଖି ୧.୧୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଆସାମରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଥିବା ବେଳେ ବିହାରରେ ୧୦୨ ଜଣ ପ୍ରାଣ ହରେଇଛନ୍ତି । ବିହାରରେ ୧୨ଟି ଜିଲ୍ଲାର ୭୨.୭୮ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହିଭଳି ଆସାମରେ ଅନୁରୂପ ସ୍ଥିତି ରହିଛି । ଏଠାରେ ୧୮ଟି ଜିଲ୍ଲାର ୩୮.୩୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।
ବିହାରର ମଧୁବନୀ ଜିଲ୍ଲାର ଅଧିକାଂସ ଲୋକମାନେ ମୃତ୍ୟୁବରଣ କରିଛନ୍ତି । ଏଠାରେ ୨୩ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ସୀତାମଢୀ ଗ୍ରାମରେ ୨୭ଜଣ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୀତାମଢୀ ଏବଂ ଦରଭଙ୍ଗା ଜିଲ୍ଲାରେ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ।
