ଦେଶ ବିଦେଶ

ଭୋଜିରେ ଖାଦ୍ୟ ଫୋପାଡିଲେ ଦେବାକୁ ପଡିବ ଜରିମାନା

ନୂଆଦିଲ୍ଲୀ : ବିବାହ ଭୋଜିରେ ଖାଦ୍ୟ ଫୋପାଡିଲେ ଦେବାକୁ ୫ ଲକ୍ଷ ଟଙ୍କା ଜରିମାନା । ଏଫଏସଏସଏଆଇ ଏହାର ଡ୍ରାଫ୍ଟ୍ ପ୍ରସ୍ତୁତ କରିସାରିଛି । ଏହି ଡ୍ରାଫ୍ଟକୁ ମଞ୍ଜୁର କରିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପଠାଯିବ । ହୋଟେଲ୍ , ରେସ୍ତୋରାଁରୁ ଆରମ୍ଭ କରି ବିବାହ, ବ୍ରତରେ ଖାଦ୍ୟର ଅପଚୟ ହେବା ଏକ ସାଧାରଣ କଥା । ତେବେ ଲୋକଙ୍କୁ ବଳକା ଖାଦ୍ୟକୁ କିଭଳି ଭାବେ ବିନିଯୋଗ କରାଯିବ ଏନେଇ କିଛି ଧାରଣା ନଥାଏ ।

ଭାରତରେ ଲୋକଙ୍କୁ ଖାଇବାକୁ ଦୁଇଓଳି ଦୁଇମୁଠା ନ ମିଳୁଥିବା ବେଳେ ଖାଦ୍ୟର ଏଭଳି ଅପଚୟକୁ ସହ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ । ଏଫଏସଏସଏଆଇ ଏହି ବଳକା ଖାଦ୍ୟର ବ୍ୟବହାର କରିବା ପାଇଁ ଏକ ନିୟମ ଆଣିବାକୁ ଯାଉଛି । କେତେକ ବେଆଇନ୍ ସରକାରୀ ସଂଗଠନ ହୋଟେଲ୍ –ରେସ୍ତୋରାଁ ଏବଂ ବିବାହ ଘରେ ବଳକା ଖାଦ୍ୟକୁ ଆଣି ଗରିବ ଭୋକିଲାଙ୍କ ମଧ୍ୟରେ ବାଣ୍ଟିବା ଭଳି କାମ କରୁଛନ୍ତି । କିନ୍ତୁ ଏହି ବଳକା ଖାଦ୍ୟର ଗୁଣବତ୍ତାକୁ ନେଇ କୌଣସି ମାନକ ନାହିଁ ନୂଆ ଡ୍ରାଫ୍ଟରେ ଏହି ବିଷୟକୁ ନେଇ ଧ୍ୟାନ ଦିଆଯାଇଛି ।

ନୂଆ ବ୍ୟବସ୍ଥା ଅନୁସାରେ ରେସ୍ତୋରାଁ ଏବଂ ବିବାହଘରର ସଂଚାଳକଙ୍କ ନାଁ ଏଫଏସଏସଏଆଇର ୱେବସାଇଟ୍ ରେ ପଂଜୀକୃତ କରିବାକୁ ପଡିବ । ଅନ୍ୟପାଖରେ ଖାଦ୍ୟ ବାଣ୍ଟିବା ପାଇଁ ଏନଜିଓ ଅଧିକୃତ କରାଯିବ । ଏହି ଡ୍ରାଫ୍ଟ ଅନୁସାରେ ଖାଦ୍ୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସମିତି ପ୍ରସ୍ତୁତ କରାଯିବ । ଏହି ସମିତି ଖାଦ୍ୟର ସୁରକ୍ଷା କରିବା ସହ ବ୍ୟବସ୍ଥାକୁ କିଭଳି କାର୍ଯ୍ୟକାରୀ କରାଯିବ ଏହାର ଦାୟିତ୍ୱ ନେବ ।