ଦେଶ ବିଦେଶ

ସଂସଦର ବଜେଟ ଅଧିବେଶନ ଅଗଷ୍ଟ ୭କୁ ବୃଦ୍ଧି

 

 

 

 

ନୂଆଦିଲ୍ଲୀ : ଆସନ୍ତା କାଲି ସମାପ୍ତ ହେବାକୁ ଥିବା ସଂସଦର ବଜେଟ ଅଧିବେଶନକୁ ଆସନ୍ତା ଅଗଷ୍ଟ ୭ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଆଜି ଅନୁଷ୍ଠିତ ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ସଂସଦରେ ଅଧିକ ଦିନ ଚାଲୁ ବୋଲି ବିରୋଧୀ ଦଳମାନେ ଦାବି କରୁଥିଲେ। ଆମେ ତାହାହିଁ କରୁଛୁ । ଗତ ଜୁନ ୧୭ରୁ ଆରମ୍ଭ ହୋଇଥିବା ସଂସଦର ଚଳିତ ବଜେଟ ଅଧିବେଶନରେ ଏପର୍ଯ୍ୟନ୍ତ ୧୩ଟି ବିଲ୍‌ ପାଶ ହୋଇଯାଇଥିବା ବେଳେ ଆଉ ୮ଟି ବିଲ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।