ଦେଶ ବିଦେଶ

ସରକାରଙ୍କ ଘୋଷଣା : ସ୍ଥାନୀୟ ଲୋକଙ୍କ ପାଇଁ ଚାକିରୀରେ ରହିବ ୭୫% ସଂରକ୍ଷଣ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରାଜ୍ୟର ବାସିନ୍ଦାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଏହି ଘୋଷଣା ଦ୍ୱାରା ରାଜ୍ୟର ଅନେକ ଯୁବକ ଲାଭବାନ ହେବାକୁ ଯାଉଛନ୍ତି ଆନ୍ଧ୍ର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି ଯିଏ ସ୍ଥାନୀୟ ନାଗରିକଙ୍କ ପାଇଁ ପ୍ରତ୍ୟେକ ପ୍ରାଇଭେଟ କମ୍ପାନୀରେ ୭୫% ଚାକିରୀକୁ ସଂରକ୍ଷିତ କରିଛି

ସୋମବାର ଦିନ ଆନ୍ଧ୍ର ପ୍ରଦେଶ ବିଧାୟନସଭାରେ ପ୍ରଦେଶର ଉଦ୍ୟେଗ ଏହଂ କାରଖାନାରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ପାଇଁ ବିଧେୟକ ୨୦୧୯ ପାସ ହୋଇଥିଲା ଏହି ଅଧିନିୟମ ଅନୁସାରେ ସବୁ ଶ୍ରେଣୀର ପ୍ରାଇଭେଟ ଚାକିରୀରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ସିଟକୁ ସଂରକ୍ଷିତ କରାଯାଇଛି

ଦେଶର ବହୁ ରାଜ୍ୟରେ ପ୍ରାଇଭେଟ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ଚାକିରୀ ପ୍ରଦାନରେ ସଂରକ୍ଷଣ ଦେବା ନେଇ ଦାବି ହୋଇ ଆସୁଛି କିନ୍ତୁ କୌଣସି ରାଜ୍ୟ ଏହି ନିୟମକୁ ଲାଗୁ କରି ନାହାନ୍ତି ମଧ୍ୟ ପ୍ରଦେଶରେ ଜୁଲାଇ ତାରିଖରେ କୁହାଯାଇଥିଲା ଯେ ରାଜ୍ୟ ସରକାର ଏପରି ଏକ ଆଇନ ପ୍ରଣୟନ କରିବାକୁ ଯାଉଛିନ୍ତି ଯାହା ଦ୍ୱାରା ପ୍ରାଇଭେଟ କମ୍ପାନୀରେ ୭୫ ପ୍ରତିଶତ ଚାକିରୀ  ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷିତ ହୋଇ ରହିବ