ଦେଶ ବିଦେଶ

ସୋସିଆଲ୍‌ ଇଂଜିନିୟରିଂ ସାଇବର ଆକ୍ରମଣ ସମ୍ଭାବନା, ସରକାରୀ ଅଧିକାରୀଙ୍କୁ ସତର୍କ କରାଇଲା କେନ୍ଦ୍ର ଗୃହ ବିଭାଗ

ନୂଆଦିଲ୍ଲୀ : ସୋସିଆଲ୍‌ ଇଂଜିନିୟରିଂ ସାଇବର ଆକ୍ରମଣର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଆଡଭାଇଜରୀ। ଏଭଳି ଆଟାକ୍‌ରେ କ’ଣ କରିବାକୁ ହେବ ସେ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ସରକାରୀ ସ୍ତରର ଗୁପ୍ତ ସୂଚନା ପାଇଁ ଅଧିକାରୀମାନଙ୍କୁ ଏହା ମାଧ୍ୟମରେ ଶିକାର କରାଯାଇପାରେ। ତେଣୁ ସତର୍କ ରହିବାକୁ କୁହାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅଜଣା ଫୋନ୍‌ କଲ୍‌, ଇ-ମେଲ ଏବଂ ମେସଜ୍‌ ଠାରୁ ଅଧିକାରୀମାନେ ଦୂରେଇ ରହିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏହାଛଡା ଭଲ ଭାବରେ ତନଖୀ କରି ଇ-ମେଲ୍‌ ଖୋଲିବା ଏବଂ ମେସଜ୍‌ରେ ଆସୁଥିବା ଲିଙ୍କକୁ ନଖୋଲିବାକୁ ଦିଆଯାଇଛି ପରାମର୍ଶ। ହ୍ୟାକର୍ସମାନେ ଇ-ମେଲ ଓ ଟେକ୍ସଟ୍‌ ମେସେଜରେ ଜରିଆରେ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଥିବାରୁ ଜଣା ଶୁଣା ଲୋକଙ୍କ ନାଁରେ ମେଲ୍‌ ପଠାଇ ପାରନ୍ତି । ମେସେଜ୍‌ ଜରିଆରେ ଏକ ଅଜଣା ଲିଙ୍କକୁ ଖୋଲିବାକୁ କହି ତଥ୍ୟ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସତର୍କ ରହିବା ଉଚିତ ବୋଲୁଆ କୁହାଯାଇଛି ।