ମନୋରଞ୍ଜନ

୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦

ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସୁପର୩୦ ହ୍ରିତିକ୍ ରୋଶନ ଏବଂ ମୃଣାଲ ଠାକୁରଙ୍କ ଏହି ଫିଲ୍ମ  ସିନେମା ହଲ୍ରେ କ୍ରମାଗତ ଭାବ ବେଶ ଭଲ ବିଜିନେସ୍ କରୁଛି

ସିନେ କ୍ରିଟିକ୍ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ,  ସୁପର୩୦ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮ କୋଟି ତୃତୀୟ ଦିନରେ ୨୦.୫୦ କୋଟି ଟଙ୍କା ଆୟ କରିଥିଲା   ଏଯାବତ୍ ଏହି ଫିଲ୍ମ ୯୯ କୋଟି ଟଙ୍କା ଆୟ କରିସାରିଲାଣି।  ଖୁୁବ୍ ଶୀଘ୍ର ଶହେ କୋଟି କ୍ଲବରେ ସାମିଲ ହେବ ସୁପର୩୦

ସିନେମାର କାହାଣୀ ବିହାରର ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ   ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ବୀରେନ୍ଦ୍ର ସକ୍ସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଭିନୟକୁ ବି ଉଭୟ ଦର୍ଶକ ଏବଂ ସମୀକ୍ଷକମାନେ ଖୁବ୍ ପସନ୍ଦ କରିଛନ୍ତି ସେମାନଙ୍କ କହିବା ଅନୁସାରେ, ଫିଲ୍ମ ସୁପର୩୦ରେ ହ୍ରିତିକ୍ ତାଙ୍କର ବେଷ୍ଟ ପରଫର୍ମାନ୍ସ ଦେଇଛନ୍ତି