ବ୍ରହ୍ମପୁର

୩୮ ନମ୍ବର ୱାର୍ଡ ବାସିନ୍ଦାଙ୍କ ଡ୍ରେନ ସମସ୍ୟା ବି ଏମ ସି ରେ ଫେରାଦ ହେଲେ ସାହି ବାସିନ୍ଦା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଜନସାଧାରଣଙ୍କୁ ଉତ୍ତମ ପରିମଳ ସେବା ପ୍ରଦାନ କରାଯାଉଛି । ଏଥିପାଇଁ ବିଏମସି ବାରମ୍ବାର ଜାତୀୟ ସ୍ତରରେ ପୁରସ୍କୃତ ହେଉଛି । ଗତ କିଛି ଦିନ ଧରି ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ବିଏମସିର ୱାର୍ଡ ନଂ ୩୭ ଅନ୍ତର୍ଗତ ଗଣେଶ ନଗର ବାସିନ୍ଦାଙ୍କୁ ୨୨ ବର୍ଷ ଧରି ସାମାନ୍ୟତମ ତ୍ରେନ୍ ଓ ରାସ୍ତାର ବ୍ୟବସ୍ଥା ହୋଇନି । ଘର ଚାରି ପାଖରେ ନାଳନର୍ଦମା ପାଣି ବର୍ଷ ତମାମ ରହୁଛି । ଅଞ୍ଚଳ ବାସିନ୍ଦା ମ୍ୟାଲେରିୟା , ଡେଙ୍ଗୁ , ଆଦି ରୋଗରେ ଆକ୍ରାନ୍ତ ହେଉଛନ୍ତି । ବହୁବାର ବିଏମସିକୁ ଏ ନେଇ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ଏବଂ ଦେଢ଼ ମାସ ମଧ୍ୟରେ ଏହି ସମସ୍ୟା ର ସମାଧାନ କରାଯିବ ବୋଲି ବିଏମ୍ ସି କମିଶନର ପ୍ରତିଶୃତି ମଧ୍ୟ ଦେଇଥିଲେ କିନ୍ତୁ ସେ ସବୁ ପ୍ରତିଶ୍ରୁତି ଭୁଲି ବର୍ତ୍ତମାନ ପ୍ରଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେଣୁ ଆଜି ପୁନର୍ବାର ଟ୍ରେନ୍ ଓ ରାସ୍ତା ର ସମସ୍ୟା ନେଇ ନିଗମ କମିଶନରଙ୍କୁ ଦାବି କରିବାକୁ ଆସିଥିଲେ ତେବେ କମିଶନର ଅନୁପସ୍ଥିତ ଥିବାରୁ ବିଭାଗୀୟ ଇଞ୍ଜିନିୟରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ସମସ୍ତ ଜନ ସାଧାରଣ ଅତିଷ୍ଠ ହେଲେଣି । ବିଏମ୍ ସି କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ସହର ପାଇଁ ୧୧୦ ଟି ଟେଣ୍ଡର ଆସିଥିଲେ ମଧ୍ୟ ସେଥିରୁ ବାଦ୍ ପଡ଼ିଛି ଲାଞ୍ଜିପୁଲି ଗଣେଷ ନଗର । ଏହି ନଗରରେ ପ୍ରାୟ ୩୦୦ ଘର ଲୋକ ବସବାସ କରନ୍ତି । ବିଏସି ଲୋକଙ୍କୁ ସ୍ଵଛ ସର୍ବେକ୍ଷଣ ୨୦୨୧ ରେ ସଫଳତା ପାଇଁ ସଚେତନ କରୁଛି । କିନ୍ତୁ ପରିମଳରେ ସୁଧାର ପାଇଁ ଅତ୍ୟାବଶ୍ୟକ ହୋଇଥିବା ଟ୍ରେନ୍ ଓ ରାସ୍ତା ନିର୍ମାଣ କରିବାରେ ଚରମ ଅବହେଳା ପ୍ରଦର୍ଶନ କରିଛି ବୋଲି ୩୭ର୍ଡ ବାସିନ୍ଦା ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭାଗୀୟ ଇଞ୍ଜିନିୟର କମିଶନରଙ୍କ ସହ କଥା ହୋଇ ଏକ ମାସ ସମୟ ନେଇ ସେ ସମୟ ଭିତରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ୩୭ ନମ୍ବର୍ ୱାର୍ଡ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଦାବିପତ୍ରରେ ବିଜେଡ଼ି ୱାର୍ଡ ସମ୍ପାଦକ ଦୁର୍ଗା ସାବତ ,ଅକ୍ଷୟ କୁମାର ମିଶ୍ର , ଉପସଭାପତି ରବିନ୍ଦ୍ର କୁମାର ବାରିକ୍ , ସମେତ ବହୁ ଅଞ୍ଚଳ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।