ବ୍ରହ୍ମପୁର

ସାମ୍ବାଦିକଙ୍କ ସାହାର୍ଯ୍ୟ ମନବୃତ୍ତିକୁ ସବୁଠି ପ୍ରଶଂସା

ବ୍ରହ୍ମପୁର ; (ଅସିତ ପଣ୍ଡା) ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି ବ୍ରହ୍ମପୁର ସହରର ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ। କିଛି ଦିନ ତଳେ ନ୍ୟୁଜ18 ଓଡ଼ିଶାର ଭିଡିଓ ଜୋର୍ଣ୍ଣାଲିଷ୍ଟ ସ୍ବର୍ଗତ ସୁକାନ୍ତ ପାଣିଗ୍ରାହୀଙ୍କ କର୍କଟ ରୋଗରେ ଦେହାନ୍ତ ଘଟିଥିଲା। ପରେ ରୋଜଗାରିଆ ସ୍ୱାମୀ କୁ ହରାଇ ସ୍ତ୍ରୀ ଭାଙ୍ଗି ପଡିଥିବା ବେଳେ ଛୋଟ ଝିଅଟି ବାପ ଛେଉଣ୍ଡ ହୋଇଯାଇଥିଲା। ଏହି ଖବର ଶୁଣିବା ପରେ ବ୍ରହ୍ମପୁର ସାମ୍ବାଦିକ ମୋହଲରେ ଦୁଃଖର ଲହରୀ ଖେଳିଯାଇଥିଲା। ଅନ୍ୟପଟେ ସ୍ବର୍ଗତ ସୁକାନ୍ତ ପାଣିଗ୍ରାହୀଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଠିକ ନଥିଲା। ଏହି ଖବର ପ୍ରକାଶିତ ହେବା ପରେ ତାଙ୍କ ପରିବାରକୁ ଧୀରେ ଧୀରେ ସହାୟତାର ହାତ ବଢିଚାଲିଥିବା ବେଳେ ଆଜି ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ ଓ ତାଙ୍କ ପତ୍ନୀ ଅମ୍ବ୍ରିତା ପ୍ରିୟଦର୍ଶନୀ ଉଭୟ ସ୍ବର୍ଗତ ଲିଟୁଙ୍କ ପତ୍ନୀ ଓ ଝିଅ କୁ ଭେଟି ଝିଅ ନାମରେ   ୫୧ ହଜାର ଟଙ୍କାର ଏକ ଦୀର୍ଘ ମିଆଦି ଜମା ରାଶି ପ୍ରଦାନ କରିଥିଲେ। ଯାହାକି ଛୋଟ ଝିଅଟିର ଭବିଷ୍ୟତରେ ପାଠ ପଢ଼ାରେ ସହାୟକ ହେବ। ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ(ଚିଣ୍ଟୁ)ଙ୍କ ଏଭଳି ମହତ କାର୍ଯ୍ୟକୁ ନେଇ ସବୁରି ମହୋଲରେ ବେଶ ପ୍ରଶଂସା କରାଯାଇଛି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଜଗନ   ମୋହନ ମହାପାତ୍ର, ସ୍ବର୍ଗତ ଲିଟୁ ପାଣିଗ୍ରାହୀଙ୍କ ଭାଇ ସୁଶାନ୍ତ ପାଣିଗ୍ରାହୀ ଓ ତାଙ୍କ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ।