ବ୍ରହ୍ମପୁର

ଓଡିଶା ମୋ ପରିବାର ତରଫରୁ ସୁଖିଲା ଖାଦ୍ୟ ବଣ୍ଟନ

ବ୍ରହ୍ମପୁର : ଆଜି  ହଳଦିଆ ପଦର ନିକଟସ୍ଥ ନୁଆ ବସ୍ ଷ୍ଟାଣ୍ଡ ଆଗକୁ ହାଇୱେ ଠାରେ, ଓଡିଶା ମୋ ପରିବାର ତରଫରୁ ଓଡ଼ିଶା ମୋ ପରିବାରର କନଭେନର ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ଟ୍ରକ୍, ବସ୍ ରେ ଆସୁଥିବା ଶ୍ରମିକ ମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ଷଷ୍ଠ ଦିବସରେ ବ୍ରେଡ୍, ବିସ୍କୁଟ, କଦଳୀ, ମୁଢ଼ି, ଓ ପାଣି ବୋତଲ  ପ୍ରାୟ ୩୦୦ ଗୋଟି ପେକେଟ୍ କରାଯାଇ ବସ୍ ଟ୍ରକ୍ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ମାନଙ୍କୁ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ମହାନଗର ବିଜୁ ଜନତା ଦଳର ସଭାପତି ବିଜୟ ଚନ୍ଦ୍ର ସାମଲ, ସଂଘମିତ୍ରା ଦଳାଇ, ନଳିନୀ କାନ୍ତ ଦେବଦର୍ଶି, ଅଜିତ ପଣ୍ଡା, ଗିରିଜା ଶଙ୍କର ଶତପଥୀ, ତେଜେଶ୍ବର ସ୍ବାମୀ,ତାପସ କୁମାର ସାହୁ, ଶ୍ରୀକାନ୍ତ ସାବତ,ଚିତ୍ରସେନ ମହାପାତ୍ର, ନେତାଜୀ କୁମାର ପାତ୍ର, ସୁନୀଲ ପଣ୍ଡା,ଏମ୍ ନାଗେଶ୍ଵର ରାଓ ସହ ଦଳର ଅନ୍ୟ କର୍ମକର୍ତ୍ତାମାନେ ରହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I