ବ୍ରହ୍ମପୁର

ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଘେରାଉ କଲେ ବିଭିନ୍ନ କୃଷି ଓ ଶ୍ରମିକ ସଂଗଠନ।

ବ୍ରହ୍ମପୁର :ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବା ଦାବିନେଇ ବିଭିନ୍ନ ଶ୍ରମିକ ସଂଗଠନ ଓ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଘେରାଉ କରାଯାଇଛି। ।

କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମଜୁରୀ କୋଡ଼ ୨୦୧୯,ସାମାଜିକ ସୁରକ୍ଷା କୋଡ଼ ,ଶିଳ୍ପ ସମ୍ପର୍କ କୋଡ଼ ୨୦୨୦ ଓ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳି କୋଡ଼ ୨୦୨୦କୁ ଦୃଢ଼ ବିରୋଧ କରାଯାଇଛି । କୋଡ଼ ଗୁଡିକ ଶ୍ରମିକଙ୍କୁ ମାଲିକର ଗୋତିଶ୍ରମିକରେ ପରିଣତ ହେବା ସହ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ପାଇବେ, ସାମାଜିକ ସୁରକ୍ଷା ପାଇବା ଅଧିକାର ହରାଇବେ ବୋଲି ଅଭିଯୋଗ କରାଯାଇଛି। ମାର୍ଚ୍ଚ ମାସରେ କୋଡ କାର୍ଯ୍ୟକାରୀ ହେବା ପୂର୍ବରୁ ଦେଶର ସମସ୍ତ ଶ୍ରମିକ ଦଳମତ ନିର୍ବିଶେଷରେ ଏହାର ପ୍ରତ୍ୟାହାର ପାଇଁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଶ୍ରମିକନେତାମାନେ ଆହ୍ୱାନ ଦେଇଥିଲେ। କୃଷକ ନେତା ବସନ୍ତ ନନ୍ଦ ଓ ଗୋପାଳ ପାଣିଗ୍ରାହୀ ନେତୃତ୍ୱ intuc, citu, aituc,hms ଭଳି କୃଷକ ସଂଗଠନ ବିକ୍ଷୋଭ କରିଥିବା ବେଳେ ଶ୍ରମିକ ସଂଗଠନର ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ପୀତବାସ ପଣ୍ଡା, ଭୋକାଲି ସେଠି, ପ୍ରକାଶ ପାତ୍ର, ପ୍ରଦୀପ ସେଠୀ, ସୋମନାଥ ବେହେରା, ସମେତ ବହୁ କୃଷକ ଶ୍ରମିକ ସଂଗଠନର ନେତା ଓ କର୍ମୀ ଯୋଗଦେଇଥିଲେ।