ବ୍ରହ୍ମପୁର

କରୋନା ଯୋଦ୍ଧାଙ୍କୁ ସନ୍ନମାନିତ

ହିଂଜିଳିକାଟୁ : (ଜାନକୀ ରାଓ) କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିଛି। କୋଭିଡରେ ଓଡ଼ିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍‌ I ଏହା ପଛରେ ରହିଛି ଦିନରାତି ଅହରହ କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା। ଡ଼ିସକଭର ହିଂଜିଳିକାଟୁ ତରଫରୁ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ କର କମଳରେ ହିଞ୍ଜିଳିକାଟୁର ୪ ଜଣ କରୋନା ଯୋଦ୍ଧ ଗୋପିନାଥ କୁଅଁର (ତହସିଲଦାର),ପ୍ରସନ୍ନ କୁମାର ପାତ୍ର (ଗୋଷ୍ଠୀ ଉନ୍ନୟନ ଅଧିକାରୀ),ମନୋରଞ୍ଜନ ସାହୁ, (ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ) ଅଭିମନ୍ୟୁ ଦାସ (ଥାନା ଅଧିକାରୀ) ଙ୍କୁ ସମ୍ବର୍ଦ୍ଧିତ କରିବାର ଛୋଟିଆ ପ୍ରୟାସ କରିଛନ୍ତି l ଦକ୍ଷ ପ୍ରଶାସକ ଓ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବାରେ ସମଗ୍ର ରାଜ୍ୟରେ ସୁପରିଚିତ। ସାମ୍ପ୍ରତିକ ସମୟରେ ମାନବ ସମାଜ ଉପରେ ମାଡିଆସିଥିବା କରୋନା ରୂପକ ମହାମାରୀ କୁ ସଫଳତାର ସହ ମୁକାବିଲା କରିବା ସଙ୍ଗେ ସଙ୍ଗେ ଆମ ଅଞ୍ଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆ ଭାଇ ମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରି ପ୍ରତ୍ୟେକ ଟି ଅଞ୍ଚଳ ବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ଏହିସବୁ କୋଭିଡ ଯୋଦ୍ଧାମାନେ ରାଜ୍ୟର ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସୁରକ୍ଷିତ ରଖିବାରେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି। ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସେମାନେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ।ଏହି କାର୍ଯ୍ୟକ୍ରମରେରେ ଉପସ୍ଥିତ ଥିଲେ ଡ଼ିସକଭର ହିଂଜିଳିକାଟୁର ନୀଳମଣି ପଟ୍ଟନାୟକ , ସଭାପତି, ଦିତିକୃଷ୍ଣ ପଣ୍ଡା , ପ୍ରମୋଦ କୁମାର ପଣ୍ଡା, ଉପଦେଷ୍ଟା, ମାନସ ରଞ୍ଜନ ପାଢ଼ୀ, ଆଇନ ପରାମର୍ଶଦାତା, ରାଜାରାମ ସ୍ୱାଇଁ, ସମ୍ପାଦକ, କାହ୍ନୁ ଚରଣ ପଣ୍ଡା, ପ୍ରଭୁଦତ୍ତ ପାତ୍ର , ସଂଯୋଜକ ,ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଂଜିଲିକାଟୁ ଓକିଲ ସଂଘର ସଭାପତି ଜ୍ୟୋତି ସାବତ,ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ନୋମିନି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଡ଼ିସକଭର ହିଂଜିଳିକାଟୁ ଆଗାମୀ ଦିନରେ ସଫଳ ଭାବରେ ମୁକାବିଲା କରିବା ସହ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଓଡିଆ ଜାତିକୁ  ଅଭୂତପୂର୍ବ ପ୍ରେରଣା ଯୋଗାଇବ l