ବ୍ରହ୍ମପୁର

ସରକାରୀ ବୃତ୍ତି ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା

  • ବ୍ରହ୍ମପୁର : ୨୦୨୦ ଶିକ୍ଷାବର୍ଷ ପ୍ରକାଶିତ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳାଫଳରେ ପ୍ରତ୍ୟୁଷା ପାଢ଼ୀ, ଦକ୍ସିତା ମହାପାତ୍ର ଓ ବୈଶାଖୀ ଦେବୀ ସେହିପରି ୫ମ ଶ୍ରେଣୀ ଫଳାଫଳରେ ହରିପ୍ରିୟା ସାହୁ, ଅର୍ପିତା ଆଚାର୍ଯ୍ୟ, ପ୍ରୀତିରାଣୀ ଭୂୟାଁ ଓ ସୌମ୍ୟରଂଜନ ପାଣିଗ୍ରାହୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ତ୍ରିଦଶନ୍ଧି ଧରି ପ୍ରତିବର୍ଷ ଆମେ ଏହି ସଫଳତା ପାଉ ଅଛୁ – ଏହି ସଫଳତା ପଛରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ତ୍ୟାଗ, ତିତିକ୍ଷା, ସମର୍ପଣଭାବ, ପରିଚାଳନାସମିତିର ପ୍ରୋତ୍ସାହନ, ଅଭିଭାବକମାନଙ୍କ ସହଯୋଗ ସର୍ବୋପରି ଭଗବାନ ନୀଳକଣ୍ଠେଶ୍ୱରଙ୍କ କୃପାରୁ ସମ୍ଭବ ହୋଇପାରୁଛି ବୋଲି ପ୍ରଧାନାଚାର୍ଯ୍ୟ ଶ୍ରୀମାନ୍ ଉମାଧବ ମହାନ୍ତି କହିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଏହି ରାଜ୍ୟସ୍ତରୀୟ ସଫଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡଃ. ହରିକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇଂ. ଶ୍ରୀମତି ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀ ରବିନ୍ଦ୍ରନାଥ ଜେନା, ସଦସ୍ୟ ନିଳକଣ୍ଠ ସାହୁ, ସଦସ୍ୟା ଶ୍ରୀମତି ବାସନ୍ତି ବେହେରା, ଉପଦେଷ୍ଟା ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ହରିକୃଷ୍ଣ ପାଢ଼ୀ, ଶ୍ରୀ ଶୁଦର୍ସନ ପାଢ଼ି, ଶ୍ରୀ ବି. ଗଜପତି ରାଓ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଏସ୍‌. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।