ବ୍ରହ୍ମପୁର

ଗାଇଲେ ବନ୍ଦେ ଉତ୍କଳ ଜନନୀ ,ଅଙ୍କିତ ମାନଚିତ୍ର ,ଲିଭାଇବାକୁ ଭୂଲିଗଲେ ପ୍ରଶାସନ ଅଧିକାରୀ

କୁକୁଡାଖଣ୍ଡି  : (ଵିଭୂନନ୍ଦନ ପଣ୍ଡା ) ଓଡ଼ିଶାର ପ୍ରବାଦ  ପୁରୁଷ ସ୍ୱର୍ଗତ  ବିଜୁ ପଟନାୟକଙ୍କ ପୁତ୍ର  ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ  31.05.2020 ସନ୍ଧ୍ୟା 5.30ମିନିଟ ରେ  ସାରା ଓଡ଼ିଶାର ଥିବା  ସହର ଠାରୁ ଆରମ୍ଭ କରି ପୁର ପଲି ପର୍ଯ୍ୟନ୍ତ  ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ  ଗୁଡିକରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାର  ଦେଖିବାକୁ ମିଳିଥିଲା l ଏହି ସଂଗୀତ ଗାନର ମୁଖ୍ୟ ଉଦେଶ୍ୟ  କରୋନା ଯୁଧାଙ୍କ ପାଇଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ କହିଥିଲେ l କେଁଉ କେଁଉ କାର୍ଯ୍ୟାଳୟରେ  ଓଡିଶା ମାନଚିତ୍ର  ବା ଭାରତ ମାନଚିତ୍ର ହାତରେ ଧରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନକରିବାକୁ ଦେଖିବାକୁ ମିଳିଥିଲା ବେଳେ କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟରେ ଚଟାଣରେ  ଓଡ଼ିଶାର ମାନଚିତ୍ର ଅଁକାଯାଇ  ଯୋଦ୍ଧା ମାନଂକର ସେଲୁଟ  ଚିହ୍ନ  ଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିବାର ଦେଖିବାକୁ ମିଳିଥିଲା l ଏହି  ଚିତ୍ର ବହୁ ମାତ୍ରାରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିବା କହିଛନ୍ତି କିଛି ବୁଦ୍ଧିଜୀବୀ l ଯାହାକି ଏପରି ଚିତ୍ର ଟଣା ଯିବା ତଥା ସଂଗୀତଗାନର  ତିନି ଚାରି ଦିନ ବିତି ଯାଇଥିଲେ ମଧ୍ୟ ସେହି ଅଙ୍କନ ଚିତ୍ର ଉପରେ ସାଧାରଣ ଜନତା ପଦାଘାତ କରିଥିବା ଏହା ଏକ ନିନ୍ଦନୀୟ ବୋଲି କହିଛନ୍ତି କିଛି ବୁଦ୍ଧିଯିବି l ￰ସାଧାରଣତଃ କହିବାକୁ ଗଲେ ବୁଦ୍ଧିଜୀବୀ ମହଲରେ ନିନ୍ଦାର  ଆକ୍ରୋଶ ମୂଳକ ଦେଖିବାକୁ ମିଳିଥିଲା l ଯାହା ଫଳରେ ଓଡ଼ିଆ ଭାଷାକୁ ଅଗ୍ରାଧିକାର କରିବା ପାଇଁ ଲାଗିଥିବା ବେଳେ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ମାନଚିତ୍ର ଉପରେ  ପାଦ ପକାଇ ଯାଉଛନ୍ତି  ଏହା କେତେଦୂର ଯଥାର୍ଥତା । ପ୍ରକାଶ ଥାଉକି ଵିଭିନ୍ନ ଅନୁଷ୍ଠାନ ପକ୍ଷରୁ ସରକାରୀ କର୍ମଚାରୀ ମାନେ କରୋନା ଯୁଦ୍ଧ ର ସାର୍ଟିଫିକେଟ ହାସଲ କରୁଥିବା ବେଳେ ଅଙ୍କିତ ହୋଇଥିବା ଉକ୍ରଳ ର ପଟ ଚିତ୍ରକୁ କିପରି ପଦାଘାତ କରୁଛନ୍ତି ଏହା ଦେଖନ୍ତୁ ।