ବ୍ରହ୍ମପୁର : (ଅସିତ ପଣ୍ଡା) ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ବ୍ରହ୍ମପୁର ସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିସହ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ସମଗ୍ର ବିଶ୍ୱର ପରିବେଶ ସୁରକ୍ଷା ଓ ବିକାଶ ନିମନ୍ତେ ଯଜ୍ଞାନୁଷ୍ଠାନ କରାଯାଇଥିଲା। ପରିବେଶର ସବୁ ଜିମାକୁ ବଜାୟ ରଖିବା ନିମିତ୍ତ ଏକ ପ୍ରତୀକାତ୍ମକ ଚିତ୍ରାଙ୍କନ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୂଚନାତ୍ମକ କଳାକୃତି ପ୍ରସ୍ତୁତ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ବିଦ୍ୟାଳୟର ଅଧକ୍ଷା ଧରାଶ୍ରୀ ପାଢ଼ୀ ଏହାର ପରିଚାଳନା କରିଥିବା ବେଳେ ସ୍କାଉଟ ମାଷ୍ଟର କେଦାର ନାଥ ମହାପାତ୍ର, ଓ ଗାଇଡ଼ କ୍ୟାପଟେନ ସ୍ବପ୍ନରଣୀ ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲେ।
Related Articles
ଗାଇଲେ ବନ୍ଦେ ଉତ୍କଳ ଜନନୀ ,ଅଙ୍କିତ ମାନଚିତ୍ର ,ଲିଭାଇବାକୁ ଭୂଲିଗଲେ ପ୍ରଶାସନ ଅଧିକାରୀ
Views: 1 କୁକୁଡାଖଣ୍ଡି : (ଵିଭୂନନ୍ଦନ ପଣ୍ଡା ) ଓଡ଼ିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟନାୟକଙ୍କ ପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ 31.05.2020 ସନ୍ଧ୍ୟା 5.30ମିନିଟ ରେ ସାରା ଓଡ଼ିଶାର ଥିବା ସହର ଠାରୁ ଆରମ୍ଭ କରି ପୁର ପଲି ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ଗୁଡିକରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାର ଦେଖିବାକୁ ମିଳିଥିଲା l ଏହି ସଂଗୀତ ଗାନର ମୁଖ୍ୟ ଉଦେଶ୍ୟ […]
ଉପାନ୍ତ ଅଞ୍ଚଳ ଗସ୍ତକରି ଲୋକଙ୍କୁ ଭେଟିଲେ ଯୁବ ଆଇଏଏସ୍ ଅଫିସର
Views: 0 ବ୍ରହ୍ମପୁର : ଯୁବ ଆଇଏଏସ୍ ଅଫିସର ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି। ଶୀତତାପ ନିୟନ୍ତ୍ରିତ କୋଠରୀ ଛାଡି ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୫ଟି ଗାଆଁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି। କେତେକ କହୁଛନ୍ତି ଏହି ଯୁବ ଅଫିସର ଜଣଙ୍କ ବାବୁ ନୁହଁନ୍ତି ବିକାଶ ପୁରୁଷ। ସେ ହିଁ କେବଳ ଲୋକମାନଙ୍କର ସମସ୍ୟା ବୁଝି ପାରିବେ। ବ୍ରହ୍ମପୁର […]
ବିଶ୍ଵ ପରିବେଶ ଦିବସ ଅବସରରେ ସ୍ବେଚ୍ଛାସେବୀ ଓ ସବୁଜ ବାହିନୀ ପକ୍ଷରୁ ବୃକ୍ଷ ରୋପଣ
Views: 3 ବ୍ରହ୍ମପୁର : (ଶଙ୍କର ରଣା) ପରିବେଶ ଦିବସ ଉପଲକ୍ଷେ ସ୍ବେଚ୍ଛାସେବୀ ଓ ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠର ବିଭିନ୍ନ ସ୍ଥାନ ନୀଳକଣ୍ଠେଶ୍ଵର ସ୍ମସାନ, କେସି ହାଇ ସ୍କୁଲ ଖେଳ ପଡ଼ିଆ ଓ ସାର୍କେଟ୍ ହାଉସ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ଶିବରାମ ପାଣିଗ୍ରାହୀ, ଏମ ଦିଲୀପ କୁମାର, ଏ ପ୍ରକାଶ, ରାକେଶ ମାଲୁ, ସମାଜସେବୀ ମଧୁସୂଦନ ସାହୁ, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଉମା ଚରଣ ମୁନି, […]