ବ୍ରହ୍ମପୁର

ବିଶ୍ଵ ପରିବେଶ ଦିବସ ଅବସରରେ ସ୍ବେଚ୍ଛାସେବୀ ଓ ସବୁଜ ବାହିନୀ ପକ୍ଷରୁ ବୃକ୍ଷ ରୋପଣ

ବ୍ରହ୍ମପୁର : (ଶଙ୍କର ରଣା)  ପରିବେଶ ଦିବସ ଉପଲକ୍ଷେ ସ୍ବେଚ୍ଛାସେବୀ ଓ ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠର ବିଭିନ୍ନ ସ୍ଥାନ ନୀଳକଣ୍ଠେଶ୍ଵର ସ୍ମସାନ, କେସି ହାଇ ସ୍କୁଲ ଖେଳ ପଡ଼ିଆ ଓ ସାର୍କେଟ୍ ହାଉସ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ଶିବରାମ ପାଣିଗ୍ରାହୀ, ଏମ ଦିଲୀପ କୁମାର, ଏ ପ୍ରକାଶ, ରାକେଶ ମାଲୁ, ସମାଜସେବୀ ମଧୁସୂଦନ ସାହୁ, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଉମା ଚରଣ ମୁନି, ପ୍ରସନ୍ନ ଚଟ ରାୟ, ରମେଶ ସାହୁ ପ୍ରମୁଖ ଯେଗଦେଇ ସାମାଜିକ ଦୂରତା ବଜାୟ ରଖି ବୃକ୍ଷ ରୋପଣ କରାଯାଇଥିଲା । ଆଗାମୀ ଦିନରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବହୁ ଗଛ ରୋପଣ କରିବାର କାର୍ଯ୍ୟକ୍ରମ ଅଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।