ବ୍ରହ୍ମପୁର

ବେସରକାରୀ ବିଦ୍ୟାଳୟର ପୁସ୍ତକ ସୂଚି ୱେବ ସାଇଟ ରେ ସ୍ଥାନିତ କରିବାକୁ ଦାବି

ବ୍ରହ୍ମପୁର : (ଅଭିରାମ ପାତ୍ର)  ବିଭିନ୍ନ ବେସରକାରୀ ବିଦ୍ୟାଳୟ ମାନେ ତାଙ୍କର ପାଠ୍ୟ ପୁସ୍ତକ ସୂଚି ୱେବ ସାଇଟ, ଇ ମେଲ ବା ହ୍ଵାଟ୍ସଆପ ମାଧ୍ୟମରେ ସୂଚିତ କରୁନଥିବା ଅଭିଯୋଗ କରିଛି ଓଡିଶା ଅଭିଭାବକ ମହାସଂଘ ଗଂଜାମ ଜିଲ୍ଲା ଶାଖା।  ଗତ ୨୦ ପୂର୍ବରୁ ଓଡିଶା ହ୍ୟୁମେନ ରାଇଟ୍ସ କମିଶନ ୱେବ ସାଇଟ, ଇମେଲ, ହ୍ଵାଟ୍ସଆପ ବା ବ୍ୟକ୍ତିଗତ ମେସେଜ ଦ୍ୱାରା ଅଭିଭାବକ ମାନଙ୍କୁ ଜଣାଇବା ପାଇଁ ଓଡିଶା ସରକାରଙ୍କୁ ନିର୍ଦେଶନମା ଜାରି କରିଥିଲେ। ତେବେ ଓଡିଶା ସରକାରଙ୍କ ପକ୍ଷରୁ ଗତ ମେ ୧୮ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ଏସବୁର କଡାକଡି ପାଳନ ସହ ବାସ୍ତବିକ ସ୍ଥିତି ପରଖିବା ନିମନ୍ତେ ନିର୍ଦେଶ ଦେଇଛନ୍ତି। ତେବେ ବେସରକାରୀ ସ୍କୁଲ ଗୁଡିକ ପାଠ୍ୟ ପୁସ୍ତକ ସୂଚି ୱେବ ସାଇଟ ରେ ସ୍ଥାନିତ କରିବାକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟରେ ଓଡିଶା ଅଭିଭାବକ ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଦାବି କରାଯାଇଛି। ଏଥିସହ ବିଦ୍ୟାଳୟ ଗୁଡିକ ଏଭଳି ନକଲେ ଅନୁଷ୍ଠାନ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ  ଦାବି କରିଛି ସଂଘ। ଯାହାଫଳରେ ଅଭିଭାବକ ମାନେ ବାହାରୁ ବହି କିଣିବା ସହ ଅର୍ଥ ଶୋଷଣରୁ ମୁକ୍ତି ପାଇବେ ବୋଲି ସଂଘ କହିଛି। ଏହି ଅବସରରେ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।