ବ୍ରହ୍ମପୁର

ମହାନ ସଂଘ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଓ ରାସନ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର : (ଶଙ୍କର ରଣା) ମହାନ ସଂଘ ପକ୍ଷରୁ ଗତ ମାର୍ଚ୍ଚ ୨୦ ତାରିଖରୁ ବ୍ରହ୍ମପୁର ସହରର ଆଖପାଖ ଅଞ୍ଚଳରେ କୋଭିଡ-୧୯ ନେଇ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ମେ ମାସ ଆରମ୍ଭ ରୁ ସଂଘ ପକ୍ଷରୁ ମାସ୍କ ବଣ୍ଟନ ସହ ଜାତୀୟ ରାଜପଥ ରେ ଆସୁଥିବା ପ୍ରବାସୀ ଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି।  ପ୍ରଥମ ପର୍ଯ୍ୟାୟ ଏହି କାର୍ଯ୍ୟକ୍ରମକୁ ଗତ ଶୁକ୍ରବାର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ଠାରେ ୮୦୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସଂଘର ସଭାପତି ସୁଶାନ୍ତ ସାବତ, ଉପଦେଷ୍ଟା ରାଜ୍ୟ ଶ୍ରମିକ ବୋର୍ଡ ଅଧକ୍ଷ ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ସୁବାଷ ମହାରଣା,ସମ୍ପାଦକ ହରିପ୍ରସାଦ ମହାରଣା,କେ. ବଳରାମ ଦାସ,ସଞ୍ଜୟ ମାଝୀ,ଏସ. ପ୍ରକାଶ ପାତ୍ର, ଭୀଷ୍ମଚର୍ଯ୍ୟ ଚୌଧୁରୀ,ଶ୍ରୀକାନ୍ତ ସାବତ,ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।