ବ୍ରହ୍ମପୁର

ମେଗା ରକ୍ତଦାନ ଶିବିର ୨୫୫ ୟୁନିଟ ରକ୍ତ ସଂଗୃହୀତ

ହିଞ୍ଜିଳିକାଟୁ : (ଜାନକୀ ରାଓ )  ବିଶ୍ୱ ମହମାରି କରୋନାକୁ ନେଇ ଲକଡାଉନ ଓ ସଟ ଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ନଜର ରଖି ହିଂଜିଳିକାଟୁ ଥାନା ପରିସରରେ ଆମ ପୋଲିସ ସମିତି, ସମ୍ବାଦ ଆମ ଓଡ଼଼ିଶା, ହିଂଜିିିଳି ପୌରପରିିିିଷଦ ଓ ବ୍ଲକର ସାଧାରଣ ଜନତାଙ୍କ ମିଳିତ ସହଯୋଗରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ ଶିବିରରେ  ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ,କଯ୍ୟନିବାହି ଅଧିକାରୀ ମନୋରଞ୍ଜନ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ଗଞ୍ଜାମ ଏସପି ବ୍ରିଜେସ ରାୟ, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି,ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସ୍କା  ଏସ୍ଡିପିଓ    ସୂର୍ଯ୍ୟମଣି ପ୍ରଧାନ,ଆସ୍କା ଆଇଆଇସି ପ୍ରଶାନ୍ତ କୁମାର ସାହୁ, ରାୟ,ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଜନ ସାଧାରଙ୍କୁ ଉତ୍ସାହିତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ହିଞିଳିକାଟୁ ବ୍ଳକର ସମସ୍ତ ସରପଞ୍ଚ ଜିଲ୍ଲା ପରିଷଦ ସମିତି ସଭ୍ୟ ମୁନିସିପାଲଟିର ପୂର୍ବତନ ନଗରପାଳ, ଉପ ନଗରପାଳ ଓ କାଉନସିଲର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ରକ୍ତ ଭଣ୍ଡାରର ଡାକ୍ତର ଷ୍ଟାଫ-  ସୁସ୍ମିତା ବେହେରା, ଗୋପାଳକୃଷ୍ଣ ପଣ୍ଡା, ପ୍ରଦୀପ କୁମାର ସୁବୁଦ୍ଧି, ଲକ୍ଷ୍ମୀ ମାଝୀ, ଜୀବନନନ୍ଦ ପଟ୍ଟନାୟକ, ରାମହାରି ପଣ୍ଡା, ଚନ୍ଦ୍ର ଶେଖର ଗୌଡ଼, କ୍ରିଷ୍ଣା ରେଡି,ଆମ ଓଡ଼ିଶାର ସଂଯୋଯକ ବସନ୍ତ ପଣ୍ଡା ଅନିଲ ମହାପାତ୍ର , ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଥାନାର କର୍ମଚାରୀ ମାନେ ପରିଚାଳନା କରିଥିଲେ। ପରିଶେଷରେ,ଶିବିରରେ ଯୋଗଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ହିଞ୍ଜିଳି ଆଇଆଇସି ଶ୍ରୀ ଅଭିମନ୍ୟୁ ଦାସ କୃତଜ୍ଞନ୍ତା ଜଣାଇଛନ୍ତି ।