ବ୍ରହ୍ମପୁର

ସାପୁଆନାଳ, ବାହାନାନାଳ ସଫେଇ ଓ ନିର୍ମାଣ ନାଁରେ ଡ୍ରେନିଜ ଡିଭିଜନ ଦ୍ୱାରା କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ଦାବି

ବ୍ରହ୍ମପୁର : ( ଅଭିରାମ ପାତ୍ର ) ବ୍ରହ୍ମପୁର ସହରରେ ଉପୁଜିଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବର୍ଷା ଆସି ପହଞ୍ଚିଲେ ହିଁ ପ୍ରଶାସନ ର ଚେତା ଆସିବା ଅତି ଦୁର୍ଭାଗ୍ୟଜନକ । ସହରର ମଇଳାପାଣି ଠିକ ଭାବରେ ନିଷ୍କାସନ ହୋଇ ପାରୁନଥିବାରୁ ଦୀର୍ଘ ବର୍ଷ ଧରି ସହରବାସୀ ଏହି ଭଳି ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି । ବ୍ରହ୍ମପୁରବାସୀ ଏହାର ନିରାକରଣ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ସରକାର ଏଥିପ୍ରତି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏ ଯାବତ ନେଇ ନାହାନ୍ତି । ସହରର ମଇଳାପାଣି ନିଷ୍କାସନ ପାଇଁ ମୁଖ୍ୟତଃ ରହିଥିବା ସାପୁଆନାଳ, ବାହାନାନାଳ ସଫେଇ ଓ ନିର୍ମାଣ ନାଁରେ ଡ୍ରେନିଜ ଡିଭିଜନ ଦ୍ୱାରା କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ସାଧାରଣରେ ଅଭିଯୋଗ ଆସିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା, କିନ୍ତୁ ଏହି ବିଷୟରେ ସରକାରଙ୍କ ନୀରବତା ସହରବାସୀଙ୍କ ପ୍ରତି ସରକାରଙ୍କ ସଚୋଟତାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦୁଇ ଦଶନ୍ଧି ମଧ୍ୟରେ ବ୍ରହ୍ମପୁର ସହର ତାର କାୟା ବିସ୍ତାର କରିଥିବା ବେଳେ ଦୀର୍ଘ 20ବର୍ଷ ହେବ ସହରବାସୀ ଏହାର ସମାଧାନ ପାଇଁ ଦାବି  ରଖିଆସୁଛନ୍ତି , କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।ଦିନକୁ  ଦିନ ସ ଜଟିଳ ହେବା ସହ ବର୍ତ୍ତମାନ ଖରାଦିନେ ମଧ୍ୟ ବର୍ଷା ଟିଏ ହେଲେ ସହରର ପ୍ରମୁଖ ଅଂଚଳ ତଥା ମୁଖ୍ୟ ରାସ୍ତା ମାନଙ୍କରେ ମଧ୍ୟ ପାଣି ଜମାହୋଇ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି ।ପ୍ରତି ବର୍ଷ ଆଖି ଠାର ମାରିଲା ଭଳି ସ୍ଥିତି ଅନୁଧ୍ୟାନ ପାଇଁ ବୈଠକ ବସୁଛି କିନ୍ତୁ ଫଳାଫଳ ଶୂନ ।ବ୍ରହ୍ମପୁରବାସୀ ଦୀର୍ଘ 20ବର୍ଷ ହେଲା ଏହିଭଳି ଖବର ଶୁଣିଆସୁଛନ୍ତି ଓ ଫଳାଫଳ ମଧ୍ୟ ଜାଣିଛନ୍ତି, ତେଣୁ ପ୍ରଶାସନ ଯଦି ପ୍ରକୃତପକ୍ଷେ ଏହି ସମସ୍ୟା  ର ସମାଧାନ କରିବା ପାଇଁ ଚାହୁଁଛନ୍ତି ତେବେ ଏହାର ନିରାକରଣ ପାଇଁ ଏକ ସାଇଂଟିଫିକ ଟିମ୍ ଅଣାଯାଉ ଯେଉଁମାନେ କି ସହରର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କରି ଏହାର ନିରାକରଣ କରିପାରିବେ । ସହରର କେଉଁ ସ୍ଥାନ ଉଚ୍ଚ,  କେଉଁ ସ୍ଥାନ ନୀଚ, ସହରର ଚାରିକୋଣର ଭୌଗଳିକ ଅନୁଶୀଳନ କରି ସାଇଂଟିଫିକ ଟିମ୍ ମାଧ୍ୟମରେ  ପ୍ଲାନ ମୁତାବକ ଡ୍ରେନ କାମ କରାନଗଲେ ଏହାର ସମାଧାନ ହୋଇପାରିବ ନାହିଁ । ଏଣୁ ତୁରନ୍ତ ବାହାରୁ ଏକ ଅଭିଜ୍ଞ ସାଇଂଟିଫିକ ଟିମ୍ ଅଣାଯାଇ  ଏହାର ସ୍ଥାୟୀ ସମାଧାନ କରାଯାଉ ବୋଲି ଭାରତୀୟ ଜନତା ପାର୍ଟି ବରିଷ୍ଠ ନେତା  କାହ୍ନୁ ଚରଣ ପତି ଦାବି କରିଛନ୍ତି I