Breaking News

ମଠପାଲିରେ ସେକ୍ସ ରାକେଟ ଠାବ, ୫ ଯୁବକ ଓ ଘର ମାଲିକାଣୀ ଗିରଫ

ସମ୍ବଲପୁର : ଧନୁପାଲି ଥାନା ଅନ୍ତର୍ଗତ ଭତରା ମଠପାଲିରେ ସେକ୍ସ ରାକେଟ ଠାବ ହୋଇଛି। ଏହି ଘରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଯୁବକ ଓ ଘର ମାଲିକାଣୀଙ୍କୁ ଗିରଫ କରାଯାଇଛି।ଏଠାରେ ଦୀର୍ଘ ୧ ବର୍ଷ ହେବ ସେକ୍ସ ରାକେଟ ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ଏହି ରାକେଟର ରାଣୀ ମହୁମାଛି ଓ ୫ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ ଚାଲିଥିବା ସମୟରେ ଘଟଣାସ୍ଥଳରୁ ରାକେଟର ରାଣୀ ମହୁମାଛି ତପସ୍ୱିନୀ ଭୋଇ ଓ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସେପଟେ, ଘଟଣାସ୍ଥଳରୁ ପୁଲିସ୍‌ ବାହାର ଜିଲ୍ଲାର ୩ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି। ଏଥି ସହିତ ପୁଲିସ ଉକ୍ତ ଘର ଭିତରୁ ବିପୁଳ ପରିମାଣର ଯୌନ ଉତ୍ତେଜକ ସାମଗ୍ରୀ ଜବତ କରିଛି। ଏସମ୍ପର୍କରେ ଧନୁପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଉଦ୍ଧାର ହୋଇଥିବା ୩ ଯୁବତୀଙ୍କ ବୟସ ୨୦, ୨୨ ବର୍ଷ ହେବ ଓ ସେମାନେ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକମାନେ ସମସ୍ତେ ସମ୍ବଲପୁରର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ୩ଟି ବାଇକ୍‌, ୨ଟି ସ୍କୁଟି ଓ ୪ଟି ମୋବାଇଲକୁ ମଧ୍ୟ ପୁଲିସ୍‌ ଜବତ କରିଛି।