Breaking News

ନରସିଂହପୁର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

କଟକ :(ବିଶ୍ୱନାଥ ଜେନା) କଟକ ଜିଲ୍ଲା ନରସିଂହପୁର ବ୍ଲକ ନରସିଂହପୁର ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ଠାରେ ଚୟନ କରାଯାଇଛି ନରସିଂହପୁର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା।ସାମାଜିକ ଦୂରତା କୁ ଦୃଷ୍ଟିରେ ରଖି ସମସ୍ତ ସାମ୍ବାଦିକ ଭାଇ ଭଉଣୀ ମାନଙ୍କ ଉପସ୍ଥିତିରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ପୂର୍ବତନ ସଭାପତି ଦେବୀପ୍ରସାଦ ରଥ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମସ୍ତ ସାମ୍ବାଦିକ କର୍ମକର୍ତ୍ତା ଚୟନରେ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଦେବୀପ୍ରସାଦ ରଥ ଙ୍କୁ ସଂଘର ସଭାପତି, ସୁରେଶ ଚନ୍ଦ୍ର ମହାନ୍ତି ଙ୍କୁ ଉପସଭାପତି,ନିର୍ମଳେନ୍ଦୁ ମିଶ୍ର ଙ୍କୁ ସମ୍ପାଦକ,ଗୋପାଳ ଚନ୍ଦ୍ର ବେହେରା ଙ୍କୁ ସହ-ସମ୍ପାଦକ,ଦିବ୍ୟଲୋଚନ ମହାନ୍ତି ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା।ପ୍ରଦୀପ କୁମାର ନାୟକ ଙ୍କୁ ସଂଘର ସଂଯୋଜକ ଦାୟିତ୍ୱ ଦିଆଯାଇଥିବା ବେଳେ ଉପଦେଷ୍ଟା ଭାବେ  ମହେଶ୍ୱର ସେଠୀ, ଚନ୍ଦ୍ରକାନ୍ତି ବୋୖଦ୍ଧ,ଦେବାଶିଷ ଭଟ୍ଟ,ସଞ୍ଜୟ ପଟ୍ଟନାୟକ ଏବଂ ଅଖିଳ ପ୍ରଧାନ ପ୍ରମୁଖଙ୍କୁ ଚୟନ କରାଯାଇଥିଲା।ଏହି ଚୟନ ପ୍ରକ୍ରିୟାରେ ସସ୍ମିତା ମିଶ୍ର, ବିଶ୍ୱନାଥ ଜେନା,ବିନୋଦ ନନ୍ଦ,ଅରବିନ୍ଦ ପ୍ରଧାନ, ଦୀପକ ଛତ୍ର, ମାନସ ରଞ୍ଜନ ମଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଆଗାମୀ ଦିନରେ ମହାମାରି କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଓ ସାମ୍ବାଦିକ ସଙ୍ଘ ମିଳିତ ହୋଇ ସଚେତନତା ସୃଷ୍ଟି କରିବା ସହ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସଭାପତି ଶ୍ରୀ ରଥ ସଭ୍ୟ ମାନଙ୍କୁ ଅନୁରୋଧ କରିଥିଲେ। I

1