ବ୍ରହ୍ମପୁର

ଆଣ୍ଡାମାନରୁ ଫେରିଲେ 180 ପ୍ରବାସୀ

ବେଗୁନିଆପଡା : (ପବିତ୍ର କୁମାର ରାଉତ) ରବିବାର ଦିନ ଜାମ୍ମୁ କାଶ୍ମୀରରୁ 280 ପ୍ରବାସୀ ଶ୍ରମିକ ବିମାନ ଯୋଗେ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ବେଳେ ସୋମବାର ଦିନ  ଆଣ୍ଡାମାନରୁ 180 ଜଣ ପ୍ରବାସୀ ନିଜ ନିଜ ଜିଲ୍ଲାକୁ ଫେରିଛନ୍ତି l ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାର ଏହି ଶ୍ରମିକ ମାନଙ୍କୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଅଣାଯାଇଛି l କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସମସ୍ତ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାକୁ ପଠାଇବାର ବ୍ୟବସ୍ଥା କରିଥିଲେ l