ଓଡ଼ିଶା

ପୁରୀ ପାଇଁ ପୁଣି ୧୦୦ କୋଟି

ଭୁବନେଶ୍ୱର : ରାଜ୍ୟ ସରକାର ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବାକୁ ଯୋଜନା ରଖିଛନ୍ତି । ସେଥିପାଇଁ ପୁରୀ ପାଇଁ ଏବେ ବିପୁଳ ପରିମାଣରେ ବଜେଟ୍‌ ଘୋଷଣା କରାଯାଉଛି । ପୁରି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଅବଢ଼ା ଯୋଜନା ପାଇଁ ଏହି ଅର୍ଥି ରାଶି ପ୍ରଦାନ କରାଯିବ । ପୁରୀ ଜିଲ୍ଲା ପ୍ରଶାସନ ଏହି ପାଣ୍ଠିର ପରିଚାଳନା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାସରେ ରାଜ୍ୟ ସରକାର ପୁରୀ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ପୁରୀରେ ଭିତିଭୂମିର ବିକାଶ, ନୂଆ ବହୁ ଥାକିଆ ରାସ୍ତା, ସେତୁ , ପାର୍କିଂସୁବିଧା , ମୂଷା ନଦୀର ପୁନରୁଦ୍ଧାର , ସୁରକ୍ଷା ଜୋନରେ ଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ, ମଠ ଓ ତୀର୍ଥ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି । ଅବଢା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ ।