ଓଡ଼ିଶା

କରୋନା କାୟାକୁ ଦେଖି ସରକାର ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତରେ ପ୍ରଥମ କରୋନା ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିସହ କରୋନାର ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ଏହି ଅର୍ଥରେ ସଚେତନତା ସହ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ

କରୋନା କାୟାକୁ ଦେଖି ସରକାର ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ, କଲେଜ ସହ ଅଙ୍ଗନୱାଡ଼ି ବନ୍ଦ ରହିବ କିନ୍ତୁ, ଏହି ସମୟରେ ହେବାକୁ ଥିବା ପରୀକ୍ଷା ସବୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ହେବ ଜନଗହଳିପୂର୍ଣ୍ଣ ସ୍ଥାନରେ କରୋନା ଭାଇରସ ସହଜରେ ଅନ୍ୟକୁ ସଂକ୍ରମିତ ହେଉଥିବାରୁ ସିନେମା ହଲ୍ ସୁଇମିଂ ପୁଲ୍ ବନ୍ଦ ରହିବ

କେହି ବ୍ୟକ୍ତି ଯେପରି ବାହାରେ ପାନ ଛେପ ପକାନ୍ତି ସେଥିପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବିଧାନସଭା ଗୃହ ପ୍ୟାନେଲ ମାର୍ଚ୍ଚ ୨୯ ଯାଏଁ ବନ୍ଦ ରହିବ ଏଥିସହ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ସିଷ୍ଟମରେ ଉପସ୍ଥାପନ ଉପରେ ସରକାର କଟକଣା ଜାରି କରିଛନ୍ତି