ବ୍ରହ୍ମପୁର : ବିଶ୍ୱରେ କରୋନା ଭୁତାଣୁ ସମସ୍ତଙ୍କୁ ଆତଙ୍କିତ କରିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଡ଼ି ବଡ଼ି ଚାଲିଛି । ଗୋଟେ ପଟେ ଲୋକେ କରୋନାରେ ଭୟଭୀତ ହୋଇଥିବା ବେଳେ ଅନ୍ୟ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଭୟ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଣ ନେଇ ବ୍ରହ୍ମପୁର ସାଉଥକୋ କର୍ମଚାରୀଙ୍କ ଉଦ୍ୟମ ସାଧାରଣରେ ସନ୍ତୋଷ ପ୍ରକାଶ । କରୋନା ମହାମାରୀ ବିରୁଦ୍ଧରେ ସ୍ବାସ୍ଥ୍ୟ କର୍ମୀଙ୍କ ଭଳି ନିଜ ଜୀବନକୁ ବାଜି ଲଗାଇ ସାଉଥକୋ କର୍ମଚାରୀ ଯେପରି ଭାବେ କାର୍ଯ୍ୟ କରୁଛନ୍ତି ତାହା ସର୍ବସାଧାରଣରେ ପ୍ରଶଂସନୀୟ । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ନିଜ ପରିବାର କଥା ଚିନ୍ତା ନକରି ନିଜ ଜୀବନକୁ ବାଜି ଲଗାଇ ନିଜ ନିଜର କର୍ତ୍ତବ୍ୟ କରି କରୋନା ଯୋଦ୍ଧା ପାଲଟିଛନ୍ତି । ଏମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ଆଜି ସନ୍ଧ୍ୟା ୫:୩୦ ଘଣ୍ଟା ସମୟରେ କର୍ପୋରେସନ ରୋଡ଼ ସ୍ଥିତ ସାଉଥକୋ କାର୍ଯ୍ୟାଳୟ ପରିସରରେ ବିଜୁଳି କର୍ମଚାରୀଙ୍କୁ ସ୍ବେଚ୍ଛାସେବୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ମାସ୍କ, ସାନିଟାଇଜ୍, ଉପଢ଼ୌକନ ଦିଆଯିବା ସହ ପୁଷ୍ପପୁଷ୍ଟି କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଅନନ୍ତ ରାମ ପ୍ରଧାନ, ବିଜେପି କର୍ମୀ ମଧୁସୂଦନ ସାହୁ, ରମେଶ ଚନ୍ଦ୍ର ପାଣିଗ୍ରାହୀ, ଦେବୀ ପ୍ରସାଦ ପାଢ଼ୀ, ବ୍ରଜେନ୍ଦ୍ର ଚୌଧୁରୀ, ସୁଶୀଳା ମାଲିକ, ସୁଜାତା ବିଷୋୟୀ, ଲକ୍ଷ୍ମୀ ବେହେରା, ବବିତା ପତ୍ର, ନିବେଦିତା ପାଢ଼ୀ ପ୍ରମୁଖ ଯୋଗଦେଇ ବ୍ରହ୍ମପୁରର ୩ଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ, ଲାଇନ୍ ମେନ୍ ଏବଂ ତାଙ୍କ ସହାୟକ ମାନଙ୍କୁ କରୋନା ଯୋଦ୍ଧା ଭାବେ ପ୍ରାୟ ୫୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା ।
Related Articles
ଉପାନ୍ତ ଅଞ୍ଚଳ ଗସ୍ତକରି ଲୋକଙ୍କୁ ଭେଟିଲେ ଯୁବ ଆଇଏଏସ୍ ଅଫିସର
Views: 0 ବ୍ରହ୍ମପୁର : ଯୁବ ଆଇଏଏସ୍ ଅଫିସର ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି। ଶୀତତାପ ନିୟନ୍ତ୍ରିତ କୋଠରୀ ଛାଡି ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୫ଟି ଗାଆଁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି। କେତେକ କହୁଛନ୍ତି ଏହି ଯୁବ ଅଫିସର ଜଣଙ୍କ ବାବୁ ନୁହଁନ୍ତି ବିକାଶ ପୁରୁଷ। ସେ ହିଁ କେବଳ ଲୋକମାନଙ୍କର ସମସ୍ୟା ବୁଝି ପାରିବେ। ବ୍ରହ୍ମପୁର […]
୧୧ କେଭି ବିଦ୍ୟୁତତାର ଲାଗି ଜଣକ ଜୀବନଗଲା
Views: 6 ଶେରଗଡ଼ : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ବାଲିସାହି ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ୧୧କେଭି ତାର ଲାଗି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେ ହେଲେ ଗୋବିନ୍ଦପୁର ଗ୍ରାମର ବୃନ୍ଦାବନ ସ୍ବାଇଁ (୫୦)। ବୃନ୍ଦାବନ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ କାକପୋଇ ଡାଳ କାଟିବାକୁ ଗଛ ଉପରେ ଚଢ଼ିଥିଲେ। କାଟିବା ସମୟରେ ଡାଳଟି ଯାଇ ୧୧କେଭି ତାର ଉପରେ ପଡ଼ିଥିଲା। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ସେହି ଗଛ ଉପରେ […]
ସନ୍ତୋଷୀ ମା ପରିଚାଳନା କମିଟି ଓ ମହାନ୍ ସଂଘ ପକ୍ଷରୁ ପୋଖରି ସଫେଇ କାର୍ଯ୍ୟକ୍ରମ
Views: 6 ବ୍ରହ୍ମପୁର: (ଶଙ୍କର ରଣା) ସମ୍ପ୍ରତି କରୋନା ପରିପ୍ରେକ୍ଷୀରେ ଶ୍ରମିକଙ୍କ ନିମନ୍ତେ କର୍ମ ସଂସ୍ଥାନ ସ୍ରୁଷ୍ଟି କରିବା ଓ ଜଳ ସରଂକ୍ଷଣ ତଥା ସ୍ଵଚ୍ଛତା ରକ୍ଷା କରିବା ନେଇ ସ୍ଵପ୍ନେଶ୍ଵର ଓ ସନ୍ତୋଷିମା ଉନ୍ନୟନ କମିଟି ପକ୍ଷରୁ ମହାନସଂଘ ସହଯୋଗରେ ବିଜିପୁର ସନ୍ତୋଷିମା ମନ୍ଦିର ସନ୍ନିକଟ ସୁନାରି ବନ୍ଧ ସଫେଇ କାର୍ଯ୍ୟ ଗତକାଲି ଆରମ୍ଭ କରାଯାଇଛି। ତିନିଦିନ ବ୍ୟାପି ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସୁଶାନ୍ତ କୁମାର ସାବତ, ମନ୍ଦିର ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର […]