ବ୍ରହ୍ମପୁର

ଜିଲ୍ଲା ବିଜେପି ପକ୍ଷରୁ ଗରିବ ପରିବାରଙ୍କୁ ରାସନ ବଣ୍ଟନ

ବ୍ରହ୍ମପୁର : (ସତ୍ୟ ଚେତନ୍ ପରିଡା)  କୋରନା ପ୍ରକୋପରୁ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ ଡ଼ାଉନ୍ ଚାଲିଛି । ଏଥିରେ  ସମସ୍ତ କଟକଣା କୋହଳ ହୋଇଥିଲେ ମଧ୍ୟ ଗରିବ ପରିବାର ବହୁ ପ୍ରଭାବିତ ହୋଇଛନ୍ତି । ତେବେ ୪ର୍ଥ ପର୍ଯ୍ୟାୟ ଲକ୍ ଡ଼ାଉନ୍ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗରିବ ପରିବାରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକୀୟ ଶୁଖିଲା ଖାଦ୍ୟ, ମାସ୍କ୍, ଓ ରାସନ ସାମଗ୍ରୀ ସାହାର୍ଯ୍ୟ କରାଯାଉଛି । ଆଜି ମଧ୍ୟ ସେହିଭଳି ଗାନ୍ଧିନଗର ମଣ୍ଡଳ ୩୦ ନମ୍ବର ୱାର୍ଡ ହିଲପଟଣା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ସରକାରୀ ସହାୟତରୁ ବଞ୍ଚିତ ଗରିବ ଓ ଅସହାୟ ପରିବାରଙ୍କୁ ଚାଉଳ, ଡାଲି, ଚିନି ଭଳି ଅତ୍ୟାବଶ୍ୟକ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଥିରେ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ରାସନ ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିଥିବାବେଳେ ମଣ୍ଡଳ ସଭାପତି ସତ୍ୟନାରାୟଣ ବସନ୍ତିଆ ଓ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କ ତତ୍ୱବାଧାନରେ ସମସ୍ତ ପରିବାରକୁ ରାସନ ସାମଗ୍ରୀ ଯୋଗାଯାଇଥିଲା ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ କିରିଣ ଷଡଙ୍ଗୀ, ସୁନୀଲ କୁମାର ସାହୁ, ଏନ. ରାଜେନ୍ଦ୍ର ସାହୁ, ରଜେନ୍ଦ୍ର କୁମାର, ମଦନ ମୋହନ ପାତ୍ର, ସଞ୍ଜୟ କୁମାର ଚୌଧୁରୀ, କିରଣ କୁମାର ସାହୁ, ଆଲୋକ ଶତପଥୀ, ମଧୁସୂଦନ ସାହୁ, ଜଗଦୀଶ ପ୍ରଧାନ, ଚନ୍ଦନ ସାହୁ, ପି. ସତ୍ୟନାରାୟଣ  ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

1