ଟାଙ୍ଗି : (ସନ୍ତୋଷ ଚୌଧୁରୀ) ବଙ୍ଗୋପସାଗର ମଧ୍ୟରେ ମହାବାତ୍ୟା ର ରୂପନେଲା ‘ଅମ୍ଫାନ’ ।ଏହା ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଗତି କରିବାରେ ଲାଗିଛି। ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସାରିଥିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା।ଏହାର ପ୍ରଭାବ ବର୍ତ୍ତମାନ ଚିଲିକା ଉପକୂଳ ବର୍ତ୍ତି ଅଞ୍ଚଳରେ ଦେଖିବକୁ ମିଳିଛି।ଏହାକୁ ନେଇ ଚିଲିକା ପ୍ରଶାସନ ପକ୍ଷରୁ ଡାକବାଦୀ ଯନ୍ତ୍ର ସାହାଯ୍ୟରେ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ସୂଚନା ଦିଆଯାଇଥିଲା । ଚିଲିକା ହ୍ରଦକୁ ମାଛଧରିବା ପାଇଁ ଚିଲିକା ଯିବା ଉପରେ ରୋକ ଲଗାଇଛି ପ୍ରଶାସନ । ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ମସ୍ଛଜୀବୀଙ୍କୁ ଅବଗତ କରାଇଥିଲେ ଚିଲିକା ତହସିଲଦାର ପୁନମ୍ ମହାପାତ୍ର । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ , ବଡକୂଳ , ଚନ୍ଦ୍ରାପୁଟ , କାଳୁପଡାଘାଟ , ସୋରଣ , ନଈରୀ ଇତ୍ୟାଦି ଗାଁରେ ପବନର ବେଗ ବଢୁଥିବା ବେଳେ ବର୍ଷ ମଧ୍ୟ ଜାରି ରହିଛି।ଏହାକୁ ଦୃଷ୍ଟିରେ ରଖି ଚିଲିକା ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଚିଲିକା ଉପକୂଳବର୍ତ୍ତି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନତାରିତ କରିଛନ୍ତି ।
Related Articles
ଭୁବନେଶ୍ବର ଠାରେ କୃଷି ଓ କୃଷକ ବିରୋଧୀ କୃଷି ଆଇନ୍ ବାତିଲ୍ ଦାବିରେ କର୍ପୋରେଟ୍-ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ : ୮ଡିସେମ୍ବର ଭାରତ ବନ୍ଦ ସଫଳ ପାଇଁ ଆହ୍ୱାନ ।
Views: 5 ବ୍ରହ୍ମପୁର : ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ କୃଷି ଓ କୃଷକ ବିରୋଧୀ ତିନୋଟି କୃଷି ଆଇନ୍ ବାତିଲ୍ ତଥା ପ୍ରତ୍ୟାହାର ଦାବିରେ ଆଜି ରାଜଧାନୀ ଭୁବନେଶ୍ୱରରେ କର୍ପୋରେଟ୍ ଆମ୍ବାନୀ ଓ ଆଦାନୀ ସହିତ ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ କରାଯାଇଛି ।ଦିଲ୍ଲୀରେ ସଂଗ୍ରାମରତ ଲକ୍ଷ ଲକ୍ଷ କୃଷକ ମାନଙ୍କ ମରଣପଣ ଲଢ଼େଇକୁ ସଂହତି ଜଣାଇ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ କର୍ପୋରେଟ୍- ମୋଦୀ ସରକାରଙ୍କ […]
ମୃତ ପରୀର ପରିବାରକୁ ଭେଟିବେ ଓଡିଶା କଂଗ୍ରେସ ପ୍ରଭାରୀ
Views: 15 ଭୁବନେଶ୍ୱର : କଂଗ୍ରେସ ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ.ଚେଲ୍ଲା କୁମାର ୨ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଆସନ୍ତା ୪ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୁଣି ସେହିଦିନ ଦିନ ବୈଠକ ପରେ ଅପରାହ୍ନ ୪ ଘଟିକା ସମୟରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ […]
କଟକରୁ ବିପୁଳ ପରିମାଣର ସିନ୍ଥେଟିକ୍ ପନିର ଜବତ ।
Views: 8 କଟକ : କଟକରେ କିଛି ଦିନ ହେବ ନକଲି ମସଲା, ଘିଅ ଓ ସୋୟା ଭଳି ଅନେକ ଖାଦ୍ୟ ଦ୍ରବ୍ୟ ଉପରେ ଚଢ଼ାଉ ଚାଲିଥିବା ବେଳେ ଆଜି କଟକ ଚାଉଳିଆଗଞ୍ଜ ଥାନା ପୋଲିସ କଟକ ଓଏମପି ଠାରେ ଜବତ କରିଛି ଏକ କୁଇଣ୍ଟାଲ ରୁ ଉର୍ଦ୍ଧ ନକଲି ସିନ୍ଥେଟିକ୍ ପନିର। ଦିନକୁ ଦିନ ଭେଜାଲ କେନ୍ଦ୍ର ପାଲଟିଗଲାଣି ରୌପ୍ୟ ନଗରୀ। କେବେ କଟକରୁ ନକଲି ଘିଅ ଜବତ ହେଉଛି ତ’ କେବେ ମସଲା । […]