ବ୍ରହ୍ମପୁର

କୃଷି ସଙ୍କଟ ପାଇଁ ସରକାରୀ ନୀତି ଦାୟୀ

ବ୍ରହ୍ମପୁର : ଅଖିଳ ଭାରତ କିଶାନ୍‌ ମଜଦୁର ସଭା (ଏଆଇକେଏମ୍‌ଏସ୍‌)ର ଦୁଇଦିନିଆ ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ ମଙ୍ଗଳବାରଠାରୁ ପ୍ରକାଶମ୍‌ ହଲ୍‌ରେ ଆରମ୍ଭ ହୋଇଛି। ସଂଗଠନର ଜାତୀୟ ଉପ ସଭାପତି ସୁଶାନ୍ତ ଝା ବିପ୍ଳବୀ ପତାକା ଉତ୍ତୋଳନ କରିବା ପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆୟୋଜକଙ୍କ ପକ୍ଷରୁ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଭଗବାନ ସାହୁ ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇଥିଲେ। ଗଞ୍ଜାମର କୃଷକ ଆନ୍ଦୋଳନର ଅବତାରଣା […]

ବ୍ରହ୍ମପୁର

ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲା ପୋଲିସ

        ବ୍ରହ୍ମପୁର : ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଥିବା ଯୋଗୁ ବିଗତ ଦିନରେ ଅନେକ ଗ୍ରାହକ ଠକେଇର ଶିକାର ହୋଇଥିବା ନଜିର ରହିଛି। ଏପରିକି ଗ୍ରାହକମାନେ ବିଭିନ୍ନ ସମୟରେ ବ୍ୟାଙ୍କରେ ନାନା ପ୍ରକାର ଠକେଇର ଶିକାର ହେଉଛନ୍ତି। ଗତ କିଛିଦିନ ତଳେ ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନରା ବ୍ୟାଙ୍କରେ ଜଣେ ଗ୍ରାହକଙ୍କୁ କେତେକ ଯୁବକ ଟଙ୍କା ଗଣିବା ବାହାନାରେ ତାଙ୍କର ୨୨ ହଜାର ଟଙ୍କା ଠକି ନେଇଥିଲେ। […]

ବ୍ରହ୍ମପୁର

ଜରିମାନା ଆଦାୟକୁ ଗୋପାଳକଙ୍କ ବିରୋଧ: କମିଶନରଙ୍କୁ ଦାବିପତ୍ର ପ୍ରଦାନ

          ବ୍ରହ୍ମପୁର : ରାସ୍ତାରେ ଏଣେତେଣ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈ, ଗୋରୁ ଏବଂ ମଇଁଷି ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷେ ଜରିମାନା ଆଦାୟକୁ ବିରୋଧ କରି ମଙ୍ଗଳବାର ଗୋପାଳକମାନଙ୍କ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରତ୍ୟେକ ୱାର୍ଡ଼ରେ ବିଏମ୍‌ସି ପକ୍ଷରୁ ଗୋଶାଳା ନିର୍ମାଣ କରିବାକୁ ଦାବି କରିଛନ୍ତି। ବିଏମ୍‌ସି ପ୍ରଥମେ ଗୋଶାଳା […]

ଦେଶ ବିଦେଶ

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

            ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର ଚାରିପାଖରେ ଘୂରୁଛନ୍ତି। ଏହିି ତିନୋଟି ଗ୍ରହ ମଧ୍ୟରୁ ଗୋଟିଏରେ କଠିନ ପୃଷ୍ଠଭୂମି ଥିବାବେଳେ ଅନ୍ୟ ଦୁଇଟି ଗ୍ୟାସୀୟ ଅବସ୍ଥାରେ ଅଛି। କଠିନ ଗ୍ରହର ଆକାର ପୃଥିବୀଠାରୁ ସାମାନ୍ୟ ବଡ଼, କିନ୍ତୁ ଅନ୍ୟ ଦୁଇଟି ଗ୍ୟାସୀୟ ଗ୍ରହ ପୃଥିବୀଠାରୁ ଦୁଇଗୁଣ ବଡ଼ […]

ବ୍ରହ୍ମପୁର

ବେଗୁନିଆପଡ଼ା ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, 354 ଟି ଅଭିଯୋଗ l

          ବେଗୁନିଆପଡ଼ା :  ବେଗୁନିଆପଡ଼ା ବ୍ଲକ ପରିସରରେ ଗଞ୍ଜାମ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି 354 ଟି ଅଭିଯୋଗ ଗ୍ରହଣ କରିଛନ୍ତି l ଏଥି ମଧ୍ୟରୁ ବିଶେଷ ଭାବରେ ମୋ କୁଡିଆ, ପାନୀୟ ଜଳ ଯୋଗାଣ, ରାସନ୍ କାର୍ଡ, ଶିକ୍ଷା, ମଦ ଦୋକାନ ବନ୍ଦ, ରାସ୍ତା ନିର୍ମାଣ ସହ ଅନେକ୍ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଜନ ସାଧାରଣ ଅଭିଯୋଗ କରିଛନ୍ତି l ସୁମଣ୍ଡଳ ସ୍ଥିତ ରବି ଘୋଷ୍ ନୋଡାଲ […]

ଓଡ଼ିଶା

ଓଡ଼ିଶାର ୧୭ଟି ସାମଗ୍ରୀକୁ ମିଳିଛି ଜିଆଇ ଟ୍ୟାଗ୍

        ଭୁବନେଶ୍ୱର:  ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବାପରେ ରସଗୋଲା ଉପରେ ସମ୍ପୂର୍ଣ୍ଣ ଅଧିକାର ଜାହିର କରୁଥିବା ପଶ୍ଚିମବଙ୍ଗକୁ ଶକ୍ତ ଧକ୍କା ଲାଗିଛି। ପୂର୍ବରୁ ପଶ୍ଚିମବଙ୍ଗର ରସଗୋଲା ‘ବାଂଲା ରସୋଗୁଲ୍ଲା’କୁ ଗତବର୍ଷ ଜିଆଇ ଟ୍ୟାଗ୍ ମିଳିଥିଲା। ତେବେ ଆଜି ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ସହ ପ୍ରଥମଥର ପାଇଁ ରାଜ୍ୟର କୌଣସି ସାମଗ୍ରୀକୁ ‘ଖାଦ୍ୟସାମଗ୍ରୀ’ ବର୍ଗରେ ଜିଆଇ ମାନ୍ୟତା ମିଳିଥିବା ଜଣାପଡ଼ିଛି। ଭାରତ ସରକାରଙ୍କ ରେଜିଷ୍ଟ୍ରାର ଅଫ୍ ଜୋଗ୍ରାଫିକାଲ ଇଣ୍ଡିକେସନଙ୍କ କାର୍ଯ୍ୟାଳୟରୁ […]

ଓଡ଼ିଶା

ରାଜାରାଣୀ ମନ୍ଦିର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ

        ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ ଦୁହ୍ଲାଦେଓ ମନ୍ଦିର, ହରିୟାଣାର ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧି ସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକାର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲ […]

ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନସ ଫୋରମର ବାର୍ଷିକ ସମ୍ମିଳନୀ

          ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନସ ଫୋରମର୧୫ ତମ ତ୍ରୟ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ହିଲପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ରାସ ବିହାରୀ ଦାସ ଅଧ୍ୟକ୍ଷତା କରିଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଫେସର ଡା. ପ୍ରଫୁଲ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ନେଇଥିଲେ । ଏହି ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର […]