ବ୍ରହ୍ମପୁର

ଋଷିକୂଲ୍ୟା ନଦୀରେ ଭାସି ନାବାଳିକାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ  ଥାନା ଅନ୍ତର୍ଗତ ଶେରଗଡ ବ୍ଳକ କାଞ୍ଜିଆମା ଗ୍ରାମରେ ଘଟିଛି ଅଘଟଣ । ଖୁଦୁରୁକୁଣୀ ପୂଜା ନିମନ୍ତେ ନଦୀରୁ ପୁଜାକରି ବାଲି ଉଠାଇବା ବେଳେ ନଦୀ ସୁଅରେ ଭାସିଗଲେ 3ଜଣ ଯୁବତୀ । ଅଗ୍ନିଶ୍ରମ ବିଭାଗ ଓ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଦୁଇ ଯୁବତୀ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ଯୁବତୀ ଜଣକ ହେଲେ କାଞ୍ଜିଆମା ଗ୍ରାମ କେଉଟ ସାହିର ମୁଳିଆ ବେହେରା ଙ୍କ ଝିଅ ସିଲି […]

ମନୋରଞ୍ଜନ

ଅଷ୍ଟ୍ରେଲିଆରେ ପତକା ଉତ୍ତୋଳନ କଲେ କରଣ ଜୋହର୍

ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହର ଏବେ ବଲିଉଡ୍ ତାକରାଙ୍କ ପାଇଁ ଆହୁରି ରଙ୍ଗୀନ୍ ହୋଇଯାଇଛି । ସେଠାରେ ଅନୁଷ୍ଠିତ ହେଉଥିବା ‘ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ମେଲବର୍ଣ୍ଣ ୨୦୧୯’ ଉତ୍ସବ ପାଇଁ ବଲିଉଡ୍ ତାକରାଙ୍କ ଭିଡ଼ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ଧାରାରେ ବି ଟାଉନର ନାମୀ ନିର୍ଦ୍ଦେଶକ କରଣ ଜୋହର୍ ମଧ୍ୟ ମେଲବର୍ଣ୍ଣ ଗସ୍ତ କରିଥିଲେ । ଭାରତୀୟ ସିନେମାର ଗୌରବ ମଣ୍ଡନ କରୁଥିବା ଏହି ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ କରଣ ଜୋହର୍ ସ୍ୱାଧୀନତା […]

ଓଡ଼ିଶା

ଚିଠି ରାଜନୀତି: ‘ଆୟୁଷ୍ମାନ’ ଲାଗୁ ପାଇଁ ବିଜେପି ସାଂସଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର : ରାଜ୍ୟର ସ୍ଵାର୍ଥ ବା କୌଣସି ଯୋଜନା ବାବଦରେ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖା ପ୍ରକ୍ରିୟାକୁ ଚିଠି ଲେଖାରେ ଜବାବ ଦେବାକୁ ଚାହିଁଛନ୍ତି ବିଜେପିର ନିର୍ବାଚିତ ସାଂସଦମାନେ। ପ୍ରଥମ ଥର ପାଇଁ ସମସ୍ତ ସାଂସଦ ଏକାଠି ଗୋଟିଏ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶଞରେ ଲେଖିଛନ୍ତି। ଆଗ୍ରହ ଏହା ଯେ, ରାଜ୍ୟରେ “ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା” ଲାଗୁ କରାଯାଉ। ଚିଠି ବାବଦରେ ରାଜ୍ୟ କାର୍ଯ୍ୟାଳୟ […]

ଦେଶ ବିଦେଶ

ସେପ୍ଟେମ୍ବର ୫ରୁ ଜିଓ ଗିଗା ଫାଇବର, ବର୍ଷିକିଆ ଗ୍ରାହକ ହେଲେ ଟିଭି ମାଗଣା

ମୁମ୍ବଇ: ସେପ୍ଟେମ୍ବର ୫ରୁ ‘ଜିଓ ଗିଗା ଫାଇବର୍’  ବ୍ୟବସାୟିକ ଆରମ୍ଭ ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଲ୍ୟାଣ୍ଡଲାଇନରୁ ଆଜୀବନ ଫ୍ରି’ ଭଏସ୍ କଲ୍, ମାସିକ ୭୦୦ ଟଙ୍କାରୁ ଆରମ୍ଭ ସର୍ବନିମ୍ନ ୧୦୦ ମେଗାବାଇଟ୍/ସେକେଣ୍ଡ (୧୦୦ ଏମ୍ବିପିଏସ୍) ବ୍ରଡବ୍ୟାଣ୍ଡ ସ୍ପିଡ୍ ଏବଂ ବାର୍ଷିକ ପ୍ଲାନରେ ଫ୍ରି’ ଏଚଡିଟିଭି ସେଟ୍ ଉପଲବ୍ଧ କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୨ତମ ବାର୍ଷିକ ସାଧାରଣ ପରିଷଦ (ଏଜିଏମ୍) ବୈଠକରେ ଅଧ୍ୟକ୍ଷ […]

ଦେଶ ବିଦେଶ

କାଗଜ କଲମ ନୁହେଁ, ଆପ ମାଧ୍ୟମରେ ୨୦୨୧ ଜନଗଣନା

ନୂଆଦିଲ୍ଲୀ : ଆଗାମୀ ଜନଗଣନା କାମ କାଗଜକଲମରେ ହେବ ନାହିଁ। ଏହି କାମ ଆଣ୍ଡ୍ରଏଡ଼ ମୋବାଇଲରେ ଥିବା ଆପ ମାଧ୍ୟମରେ କରାଯିବ ବୋଲି ଜଣାପଡ଼ିଛି। ମୋଦି ସରକାର ଜନସଂଖ୍ୟାର ତଥ୍ୟ ସଂଗ୍ରହ ଓ ବର୍ଗୀକରଣର ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ଡ଼ିଜିଟାଲ କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ ସରକାର ଏକ ଆପ ବିକଶିତ କରିଛନ୍ତି। ଜନଗଣନାକାମରେ ନିୟୋଜିତ ହେଉଥିବା ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ମାବାଇଲରେ ଏହି ଆପକୁ ଡାଉନଲୋଡ଼ କରିବାକୁ କୁହାଯିବ। ଜନଗଣନା ସମୟରେ ସମସ୍ତ ତଥ୍ୟକୁ ଏହି […]

ବ୍ରହ୍ମପୁର

ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର :  ଛତ୍ରପୁର ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ଆସନ୍ତା ଅଗଷ୍ଟ ୧୫ରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗତ ଶୁକ୍ରବାର ଦିନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ କିଭଳି ଶାନ୍ତି ବଜାୟ ରଖି ସରସ ଓ ସୁନ୍ଦର ରୂପେ ସ୍ୱାଧୀନତା ଦିବସକୁ ପାଳନ କରାଯିବ ତାହା ଉପରେ […]

ଦେଶ ବିଦେଶ

କିପରି କାର୍ଯ୍ୟ କରିବ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ : ଜମ୍ମୁ–କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହା ଆଇନରେ ପରିଣତ ହେଲେ ଜମ୍ମୁ–କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବ। ଜମ୍ମୁ–କଶ୍ମୀର ପାଇଁ ବିଧାନସଭା ରହିବାକୁ ଥିବାବେଳେ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଅଞ୍ଚଳ ଜମ୍ମୁ–କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଅଧୀନରେ ରହିବ ଏବଂ ବର୍ତ୍ତମାନର ରାଜ୍ୟପାଳ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ […]

ଦେଶ ବିଦେଶ

ଅଯୋଧ୍ୟା ବିବାଦ: ମସଜିଦ୍ ପୂର୍ବରୁ ଥିବା ନିର୍ମାଣର ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ପ୍ରତିଦିନ ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ମାମଳାରେ ମସଜିଦ୍‌ ପୂର୍ବରୁଥିବା ନିର୍ମାଣର ପ୍ରମାଣ ସୁପ୍ରିମ୍‌କୋର୍ଟ ଲୋଡିଛନ୍ତି। ନିର୍ମୋହି ଆଖଡ଼ାର ଆଇଜୀବି କହିଥିଲେ ଯେ, ମୁସଲମାନ୍‌ ଆଇନ ଅନୁସାରେ କୌଣସି ବ୍ୟକ୍ତି ଆଇନ ସଙ୍ଗତ ଅନୁମତି ବିନା ଅନ୍ୟ କାହାର ଜମିରେ ମସଜିଦ୍‌ ନିର୍ମାଣ କରିପାରିବେ ନାହିଁ। ଏଭଳି ମସଜିଦ୍‌ରେ ନମାଜ ପାଠ କବୁଲ୍‌ ଅର୍ଥାତ୍‌ ବୈଧ ନୁହେଁ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ,ଟ୍ରାଏଲ କୋର୍ଟ ପକ୍ଷରୁ […]

ଓଡ଼ିଶା

ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଫେରିବ କାଳିଆ ଟଙ୍କା

ଭୁବନେଶ୍ୱର : ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ କାଳିଆ ଟଙ୍କା ଫେରିବ | ଖୁବ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ | ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି | ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ | ଏ ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି | ପୂର୍ବରୁ ଜୁଲାଇ ୩୧ ତାରିଖରେ କୃଷି […]

ଦେଶ ବିଦେଶ

କାଶ୍ମୀର ପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ : ଅମିତ ଶାହା

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ । କାଶ୍ମୀର ପାଇଁ ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତି ଅଛି ବୋଲି ଆଜି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମଙ୍ଗଳବାର ଲୋକସଭାରେ ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସଂକଳ୍ପ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଲ୍‌ ଉପସ୍ଥାପନ ବେଳେ ବିରୋଧୀ ଦଳ କଂଗ୍ରେସ ପୁଣି ହଙ୍ଗାମା କରିଛନ୍ତି […]