ଓଡ଼ିଶା

ଆର୍ମି ଏୟାର୍ ଡିଫେନ୍ସ କଲେଜକୁ ମିଳିବ ପ୍ରେସିଡେଣ୍ଟ୍ ସ କଲର୍ସ ଆୱାର୍ଡ଼

ବ୍ରହ୍ମପୁର : ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଳାବନ୍ଧସ୍ଥିତ ଆର୍ମି ଏୟାର୍‌ ଡିଫେନ୍ସ କଲେଜକୁ ମିଳିବ ପ୍ରେସିଡେଣ୍ଟ୍‌ସ କଲର୍ସ ଆୱାର୍ଡ଼ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଆସନ୍ତା ୨୮ତାରିଖରେ କଲେଜରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଷ୍ଟ୍ରପତି କୋବିନ୍ଦଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳ ସେନା ମୁଖ୍ୟ ଜେନେରାଲ୍‌ ବିପିନ୍‌ ରାୱତ୍‌, ଲ୍ୟୁଟନାଣ୍ଟ ଜେନେରାଲ୍‌ ଅଶ୍ୱିନି କୁମାର, ଆର୍ମି […]

ଓଡ଼ିଶା

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘାତକ ସାଜିଛି ହର୍ପିସ୍ ଭୂତାଣୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘାତକ ସାଜିଛି ହର୍ପିସ୍‌ ଭୂତାଣୁ। ଏଥିରୁ ହାତୀମାନଙ୍କୁ ବଞ୍ଚାଇ ଯାଇପାରୁନାହିଁ। ଫଳରେ କ୍ରମାଗତ ହାତୀ ମୃତ୍ୟୁ ଜାରି ରହିଛି। ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈହାତୀ କମଳାର ମୃତ୍ୟୁ ଘଟିଥିବାବେଳେ ଏହାର ଦିନକ ପରେ ଆଉ ଏକ ୭ ବର୍ଷର ମାଈହାତୀ ଗୌରୀ ଆଖିବୁଜିଛି। ୨ ମାସ ହୋଇଥିବାବେଳେ ଗୌରୀକୁ ୨୦୧୨ ଡିସେମ୍ବର ୨୩ରେ ଆଠଗଡ଼ ବନାଞ୍ଚଳରୁ ଉଦ୍ଧାର କରାଯାଇ ଅଣାଯାଇଥିଲା। ଗୌରୀର ମୃତ୍ୟୁକୁ ମିଶାଇଲେ ଗତ ୨୬ ଦିନ ମଧ୍ୟରେ ୪ […]

ଦେଶ ବିଦେଶ

ଜି ଏସ୍ ଟି କାଉନସିଲ୍ ର ବଡ଼ ନିଷ୍ପତ୍ତି

ପଣଜୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାନ୍ଦାବସ୍ଥା ଘେରରେ ଥିବା ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାଉନସିଲ କେତେକ ନିଷ୍ପତ୍ତି ନେଇଛି। ବୈଠକ ଶେଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ପର୍ଯ୍ୟଟନ ଶିଳ୍ପର ଅଙ୍ଗ ଭାବେ ପରିଗଣିତ ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି […]

ଦେଶ ବିଦେଶ

ଭାରତକୁ ମିଳିଲା ପ୍ରଥମ ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଆଜି ମିଳିଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ। ପ୍ୟାରିସଠାରେ ଏହାକୁ ଡେପୁଟୀ ଚିଫ ଏୟାର ମାର୍ସାଲ ଭିଆର ଚୌଧୁରୀ ଗ୍ରହଣ କରିବା ସହିତ ଏକ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ସେ ରାଫେଲବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିବା ଜଣାପଡିଛି। ଆସନ୍ତା ଅକ୍ଟୋବର ୮ ଦଶହରା ଦିନ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ। ଏହି ବିମାନର ଟେଲ ନମ୍ବର ଆରବି–୦୦୧। ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ ଆରକେ ଭଦୁରିଆଙ୍କ […]

Breaking

ଶିବିର ଆୟୋଜନ କରି ମୋଟରଯାନ ବ୍ୟବହାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବାକୁ ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡ଼ିଶା

ମହାକାଶକୁ ଯିବେ ଓଡ଼ିଆ ପୁଅ

ବଲାଙ୍ଗୀର : ଓଡିଶା ତଥା ବଲାଙ୍ଗୀର ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଭାରତୀୟ ବାୟୁସେନାରେ କାର୍ଯ୍ୟରତ ବଲାଙ୍ଗୀରର ନିଖିଳ ରଥ। ଗଗନାୟନରେ ମହାକାଶକୁ ଯିବାପାଇଁ ନିଖିଳଙ୍କୁ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ, ଭାରତୀୟ ମହାକାଶ ଗବେଷଣା ଏକ ତିନିଜଣ ମାନବ ରହିତ ସ୍ପେସକ୍ରାପ୍ଟ ୨୦୨୨ ସୁଦ୍ଧା ମହାକାଶକୁ ପ୍ରେରଣ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏ ସମ୍ପର୍କରେ ୨୦୧୮ ମସିହା ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। […]

ବ୍ରହ୍ମପୁର

ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ଗିରିଶ ପାଢ଼ୀଙ୍କ ପରଲୋକ

ବ୍ରହ୍ମପୁର : ବୁଗୁଡାର ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟର ଜଣେ ଜଣାଶୁଣା କବି, ସାହିତ୍ୟିକ ଗିରିଶ ପାଢ଼ୀଙ୍କ ଆଜି ୫୪ ବର୍ଷ ବୟସରେ ତାଙ୍କ ବୁଗୁଡ଼ା ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡ଼ିତ ଥିଲେ। ସେ “ନିତିଦିନ’ ଖବର କାଗଜର ବୁଗୁଡ଼ା ବ୍ଲକ ସାମ୍ବାଦିକ ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଶେଷ ସମୟରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମଧ୍ୟ ମୋବାଇଲ୍ରେ ନ୍ୟୁଜ୍ ଲେଖି ପଠାଉଥିଲେ। […]