Breaking News

ଓଡ଼ିଶା ପାଇଁ ନୂଆ ଲକ ଡାଉନ ନିୟମ ଜାରି କଲେ ସରକାର

ଭୁବନେଶ୍ୱର : ଆସନ୍ତା କାଲି ଠୁ ନୂଆ ଗାଇଡ଼ ଲାଇନ ସହିତ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଲକ ଡାଉନ। ୧୦ଜିଲ୍ଲା ରେ ପୂର୍ବ ଭଳି ଶନିବାର ଓ ରବିବାର ସଟଡାଉନ ରହିବ।ଜୋନ-୧ରେ ଯାଉଥିବା ୧୦ ଜିଲ୍ଲା ସଟଡାଉନ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଝାରସୁଗୁଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର। ରାତି ୯ ରୁ ସକାଳ ୫ ଯାଇ ରାଜ୍ୟରେ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। ରାତି ୯ଟାରୁ […]

Breaking News

ଅନିର୍ଦ୍ଧିଷ୍ଟ କାଳ ପାଇଁ ନାରାୟଣପୁର ସାପ୍ତାହିକ ହାଟକୁ ବନ୍ଦ କଲେ ସରପଞ୍ଚ

ରାୟଗଡ: ବନ୍ଦ ହେଲା ସାପ୍ତାହିକ ହାଟ। ଜିଲ୍ଲାରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ନାରାୟଣପୁର ହାଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ। ଅଞ୍ଚଳର ଏକ ମାତ୍ର ନିର୍ଭରଶୀଳ ସାପ୍ତାହିକ ହାଟ, ଯେଉଁଠି ନିଜର ବିଭିନ୍ନ ଉତ୍ପାଦନ ହେଉ ଅବା ଜଂଗଲ ଜାତ ଦ୍ରବ୍ୟର କିଣାବିକା ହୋଇଥାଏ। ସପ୍ତାହର ଆବଶ୍ୟକୀୟ ସାମଗ୍ରୀ ହାତ ପାହାନ୍ତରେ ସୁଲଭ ମୂଲ୍ୟରେ ପାଇଥାନ୍ତି ଲୋକେ। ତେବେ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ସ୍ଥିତିରେ ସୁଧାର […]

Breaking News

ନଭେମ୍ବର ଶେଷ ପର୍ଯ୍ୟନ୍ତ ମାଗଣା ରାସନ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ଯେ ଅନ୍ୟଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଠିକ୍ ସମୟରେ ଲକଡାଉନ୍ ଲାଗୁ କରାଯାଇଥିବାରୁ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଛି । କିନ୍ତୁ ଅନଲକ୍ ୱାନ୍ ପରଠାରୁ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଲୋକ ବେପରୁଆ ହୋଇଯାଇଛନ୍ତି । ଆଗରୁ ଆମେ ସତର୍କ ଥିଲୁ, କିନ୍ତୁ ଏବେ ଯେତେବେଳେ ଅଧିକ ସତର୍କ ହେବାର ଆବଶ୍ୟକତା ସେତେବେଳେ ଆମେ […]

Breaking News

ଆଜି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। ଅପରାହ୍ନ ୪ଟା ସମୟରେ ସେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।

Breaking ଓଡ଼ିଶା

ଗଜପତିରେ ବଢିଲା ଆନୁଷ୍ଠାନିକ କ୍ୱାରାଣ୍ଟାଇନ ଅବଧି

ପାରଳାଖେମୁଣ୍ଡି : ( ଯୋତ୍ସ୍ନାରାଣୀ ) ଆନୁଷ୍ଠାନିକ କ୍ବାରଣ୍ଟାଇନ ଅବଧି ବଢାଇଲା ଜିଲ୍ଲା ପ୍ରଶାସନ। ଆଜିଠାରୁ ୨୧ ଦିନକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୪ଦିନ ଥିବା ବେଳେ ୭ଦିନ ଘରେ କ୍ବାରଣ୍ଟାଇନ ଅବଧି ରହିଥିଲା। ତେବେ ୨୧ ଦିନ ସଂଗରୋଧରେ ରହିବା ପରେ ୧ମ କିସ୍ତିରେ ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ସମ୍ପୃକ୍ତ ଓ୍ବାର୍ଡ ମେମ୍ବରଙ୍କ ସନ୍ତୋଷଜନକ ସୁପାରିଶ କ୍ରମେ ଦ୍ବିତୀୟ କିସ୍ତିର ୧୦୦୦ ଟଙ୍କା ପ୍ରୋତ୍ସାହନ […]

ଓଡ଼ିଶା

ଘରୋଇ ନର୍ସିଂ ହୋମରେ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ କଲା ପ୍ରଶାସନ

ପାରଳାଖେମୁଣ୍ଡି : (ଯ୍ୟୋତ୍ସ୍ନାରାଣୀ) ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିବାରେ ନା ନେଉନି। ଆଜି ତାଲିକାରେ ଯୋଡ଼ି ହୋଇଛି ଆଉ ୭ ଜଣ ସଂକ୍ରମିତ। ବର୍ତ୍ତମାନ ମୋଟ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି କରୋନା। ସୂଚନା ଯୋଗ୍ୟ ଯେ, ଅଧିକ ସଂଖ୍ୟକ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ବେଳେ ଜନସାଧାରଣ ସଂକ୍ରମଣ ନେଇ ନିଜ ଆଡୁ ସତର୍କ ରହୁନଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି। ଅପରପକ୍ଷରେ ବାହାର ରାଜ୍ୟରୁ ଆସିଥିବା […]

ବ୍ରହ୍ମପୁର

ସରକାର ସମ୍ପୂର୍ଣଭାବେ ଅସଫଳ ହୋଇଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଅଭିଯୋଗ

ବ୍ରହ୍ମପୁର: (ଅଭିରାମ ପାତ୍ର) ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଲକଡାଉନ ଛଡା ସରକାରଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ l ବିଜ୍ଞାନ, ବୈଜ୍ଞାନିକ ଗବେଷଣା ଓ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଗୁରୁତର ଅବହେଳାର ପରିଣାମ ସ୍ୱରୂପ ଆଜି  ମହାମାରୀ ଭଳି ପରିସ୍ଥିତିରେ ସରକାର ସମ୍ପୂର୍ଣଭାବେ ଅସଫଳ ହୋଇଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଅଭିଯୋଗ କରିଛି  l ଜନଗଣଙ୍କ ଜୀବନ ଜୀବିକା ଭୁଶୁଡି ପଡିଥିବା ବେଳେ ଲୋକଙ୍କ ଖାଦ୍ୟ […]

Breaking News

ଗ୍ୟାସ ସିଲିଣ୍ଡର ଲିକ୍ କର୍ମଚାରୀ ଗୁରୁତର

ଭଦ୍ରକ : (ଅମିତ କୁମାର ପଣ୍ଡା ) ଗ୍ୟାସ ସିଲିଣ୍ଡର ସଜାଡିବାକୁ ଯାଇ ଯୁବକ ଜଳିଗଲେ  । ଘଟଣା ଘଟିଛି    ବାସୁଦେବପୁର ପୌରପାଳିକା ମନ୍ଦାରୀ ଗ୍ରାମର  ।   ଭାରତ ଗ୍ୟାସର  କର୍ମଚାରୀ ଡମ୍ବରୁଧର ବିଶ୍ବାଳ  ଜଳିଗଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି । ମନ୍ଦାରୀ ଗ୍ରାମର ଯୁବକ ଡମ୍ବରୁଧର ବିଶ୍ବାଳ ବାସୁଦେବପୁର ଶ୍ରୀଗ୍ୟାସ ଏଜେନ୍ସି କର୍ମଚାରୀ ଭାବେ କାର୍ଯ୍ୟ […]

ବ୍ରହ୍ମପୁର

ମାନବାଧିକାର ପରିଷଦ ପକ୍ଷରୁ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ

ଧରାକୋଟ : (କାଳୁ ଚରଣ ମହାପାତ୍ର )ସମଗ୍ର ବିଶ୍ୱରେ ମହାମାରୀ କରୋନା ର ତାଣ୍ଡବ ନିଳା ଚାଲିଥିବା ବେଳେ ଆମ ଦେଶ ଭାରତ ତଥା ରାଜ୍ୟ ଓଡିଶା ଓ  ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ।ଏହି ସମୟରେ ମାନବାଧିକାର ପରିଷଦ ର ରାଜ୍ୟ ସଭାପତି ସସ୍ମିତା ଦାସ ଙ୍କ ନିର୍ଦ୍ଦେଶ କ୍ରମେ ମାନବାଧିକାର ପରିଷଦ ଗଞ୍ଜାମ ଜିଲ୍ଲା ବୋର୍ଡ଼ ସଭାପତି ସଞ୍ଜୟ କୁମାର ମହାରଣା ଙ୍କ ନେତୃତ୍ୱରେ ଧରାକୋଟ ଥାନା ଅଧିକାରୀ ସହଦେଵ ମହାପାତ୍ର […]

ବ୍ରହ୍ମପୁର

ଦୀର୍ଘ ଘଣ୍ଟା ଧରି ପଡିରହିଥିବା ଅସୁସ୍ଥ ଗାଈର ଚିକିତ୍ସା କଲେ ଗୃହ ରକ୍ଷୀ

ବ୍ରହ୍ମପୁର: (ଅଭିରାମ ପାତ୍ର) ମାଲିକମାନେ ନିଜ ଗାଈମାନଙ୍କ ଠାରୁ କ୍ଷୀର ଆଦାୟ କରିବା ପରେ ଗାଈମାନଙ୍କୁ ରାସ୍ତାରେ ଛାଡ଼ିଦିଅନ୍ତି । ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁଗାଈ । ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟ ଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । କରୋନା ମୁକାବିଲା କଟକଣା ପାଇଁ ଜନଜୀବନ ପ୍ରଭାବିତ । ଏଥିରୁ ଜୀବଜନ୍ତୁ ବି ବାଦ୍ ପଡିନହନ୍ତି । ଆଜି ଠିକ୍ […]