ଓଡ଼ିଶା

ବିନା ମାସ୍କରେ କାହା ସହିତ କଥାବାର୍ତ୍ତା ନାହିଁ – ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୪ ତାରିଖ ଠାରୁ ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା କୋଭିଡ୍ ସଚେତନତା ସପ୍ତାହରେ ଅନେକ ସଫଳତା ମିଳୁଛି  । ଜନ ସାଧାରଣଙ୍କ ମଧ୍ୟରେ ସୃଷ୍ଟି କରାଯାଇଥିବା କୋଭିଡ୍ ସଚେତନତା ଅବସରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି  । ନିଜେ ସଚେତନତା ହେଉଥିବା ସହିତ ଅନ୍ୟକୁ ସଚେତନ କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସୁଥିବା ଖୋଦ୍ ଗଞ୍ଜାମ ଜିଲ୍ଲାପାଳ […]

ଓଡ଼ିଶା

ଗଞ୍ଜାମ ଜିଲ୍ଲାର ଅଧିକାରୀ ଓ କର୍ମଚାରୀ ବିନାନୁମତିରେ ଜିଲ୍ଲା ବାହାରକୁ ଯାତାୟତ କରିପାରିବେ ନାହିଁ ।

ଛତ୍ରପୁର : ଜନ ସାଧାରଣଙ୍କୁ ସେବା ଯୋଗାଇ ଦେଉଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ଯୋଗୁଁ ସାଧାରଣ ଜନତା ଯେପରି କରୋନା ସଂକ୍ରମଣରୁ ସଂକ୍ରମିତ ହେବେ ନାହିଁ ସେଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଣାଇଛନ୍ତି । ଅଧିକାରୀ ଓ କର୍ମଚାରୀ ମାନେ ନିଜ ହେଡ୍ କ୍ବାର୍ଟର ଛାଡି ବାହାରକୁ ଯିବାପାଇଁ ବାରଣ କରାଯାଇଛି । କାର୍ଯ୍ୟାଳୟ କାର୍ଯ୍ୟ ସଂପାଦନା ନିମନ୍ତେ ଯଦି ଜରୁରୀ ପଡେ ତେବେ ନିଜ କାର୍ଯ୍ୟାଳୟ […]

ବ୍ରହ୍ମପୁର

ବିଶ୍ୱ ଜଳାତଙ୍କ ଦିବସ

ବ୍ରହ୍ମପୁର : ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ପଶୁମାନଙ୍କ ଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ଏହା ଏକ ଜୁନୋଟିକ୍‌ ରୋଗ, ଯେଉଁଥିରେ ପ୍ରତିବର୍ଷ ଆମ‌ ଦେଶରେ ପ୍ରାୟ କୋଡ଼ିଏ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି। ରୋଗାକ୍ରାନ୍ତ ପ୍ରାଣୀ ସୁସ୍ଥ ପ୍ରାଣୀ/ବ୍ୟକ୍ତିକୁ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ବାରା ସଂକ୍ରମିତ ଲାଳ ସଂସ୍ପର୍ଶରେ ଆସି ଜଳାତଙ୍କ ଭୂତାଣୁ ସୁସ୍ଥ ପ୍ରାଣୀର ଶରୀରରେ ପ୍ରବେଶ କରେ ଏବଂ ତା’ଠାରେ ରୋଗର […]

ବ୍ରହ୍ମପୁର

ଗାନ୍ଧୀ ଜୟନ୍ତୀ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କଲା ଟିମ କ୍ଲିନ ସିଟି

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ସପ୍ତାହରେ ଅନ୍ୟୁନ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବାକୁ ନିଷ୍ପତ୍ତି ନେଇ ସଂଗଠନ ପକ୍ଷରୁ ଏହି କାର୍ଯ୍ୟ ଗତ 4ସପ୍ତାହ ଧରି ଆରମ୍ଭ କରାଯାଇଛି। ଆଜି ୪ର୍ଥ ସପ୍ତାହ ଅବସରରେ ତଥା ଅକ୍ଟୋବର 2ତାରିଖ ଗାନ୍ଧୀ ଜୟନ୍ତୀକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରର ଗାନ୍ଧିଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା […]

ବ୍ରହ୍ମପୁର

ବିଜୁଳି ଦରବୃଦ୍ଧିକୁ ବିରୋଧ କରିଛି ଗଂଜାମ ଜିଲ୍ଲା ବିଜେପି

ବ୍ରହ୍ମପୁର : କରୋନା ମହାମାରୀ ସମୟରେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ । ଶିଳ୍ପପତି ମାନଙ୍କ ପାଖରେ ୧୨ ହଜାର କୋଟି ଟଙ୍କାର ଅନାଦେୟ ବାକି ପଡିଥିବା ବେଳେ ସାଧାରଣ ଜନତାଙ୍କ ଉପରେ ରାଜ୍ୟ ସରକାର ଝିଂଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିବା ଅତି ଦୁର୍ଭାଗ୍ୟର ବିଷୟ । ପାଖ ପଡୋସୀ ରାଜ୍ୟରେ ୟୁନିଟ ପଛା ୧.୪୦ ରହିଥିବା ବେଳେ ଆମ […]

ବ୍ରହ୍ମପୁର

ଅଗ୍ନି ଗୁପ୍ ର ନିଆରା ପ୍ରୟାସ ଅସହାୟ ବିଧବାଙ୍କୁ ବଞ୍ଚିବାର ରାସ୍ତା ଦେଖାଇଲେ

ବ୍ରହ୍ମପୁର : ଜଣେ ଅସହାୟ ବିଧବା ମହିଳା ଓ ମାନସିକ ଅଗ୍ରସର ପୁଅର ବଞ୍ଚିବା ପାଇଁ ଅଗ୍ନି ଗୁପ୍ ପକ୍ଷରୁ ଏକ ନିଆରା ପ୍ରୟାସ ଆରମ୍ଭ କରି ସେମାନଙ୍କ ବଞ୍ଚିବା ପାଇଁ ଅଭିନବ ରାସ୍ତା ଦେଖାଇଛନ୍ତି । ଜୈନିକ ଶିବନି ପଣ୍ଡା (୫୫) ସ୍ଵାମୀଙ୍କ ମୃତ୍ୟୁ ପରେ ଏକ ମାତ୍ର ମାନସିକ ଅଗ୍ରସର ପୁଅ ଆଦିତ୍ୟ ପଣ୍ଡା(୨୨)ଙ୍କୁ ଛାଡିକି କେଉଁ ଆଡେ କାମ କରିବାକୁ ବାହାରକୁ ଯାଇପାରୁନଥିବା ବେଳେ ନିଜ ଭଉଣୀ ଦୟାରୁ ସାଙ୍ଗରେ ରହିବାର ଦେଖୁକୁ […]

ମନୋରଞ୍ଜନ

ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ଲଭ ବାର୍ଡ

ମୁମ୍ବାଇ: ଜଣଙ୍କ ପରେ ଜଣେ ବଲିଉଡ ତରକାଙ୍କୁ କବଳିତ କରୁଛି କରୋନା। ପଜିଟିଭ ଚିହ୍ନଟ ହୋଇଛନ୍ତି ୨ ଲଭବାର୍ଡ । ବଲିଉଡର ହଟ ମମ ମଳାଇକା ଅରୋରା ଓ ହ୍ୟାଣ୍ଡସମ୍ ହଙ୍କ ଅର୍ଜୁନ କପୁର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଅଭିନେତା ଅର୍ଜୁନ କାପୁରଙ୍କୁ କରୋନା ପଜିଟିଭ ହୋଇଥିବା ପ୍ରଥମେ ଖବର ଆସିବା ପରେ ପରେ ମଲାଇକା ଆରୋରା ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି ।ଜାତୀୟ ଗଣମାଧ୍ୟମର ଖବର ମୁତାବକ ମଲାଇକା ନିଜେ […]

ଓଡ଼ିଶା

ସାମାଜିକ କାର୍ଯ୍ୟ ମାଧ୍ୟମରେ ମଇଦାନକୁ ପୁଣି ଓହ୍ଲାଇଲା ବ୍ରହ୍ମପୁରର “ଟିମ କ୍ଲିନ ସିଟି”

ବ୍ରହ୍ମପୁର : କରୋନା ମହାମାରୀର ପ୍ରଭାବ ପଡିଛି ସବୁଠି। କ୍ଷତିଗ୍ରସ୍ତ ହୋଇଛନ୍ତି। ପରିସ୍ଥିତି ଏଭଳି ହେଲା ଯେ କଟକଣା ଯୋଗୁଁ ଗରିବ, ନିରୀହ, ଅସହାୟ ଓ ନିରାଶ୍ରୟଙ୍କୁ ସହଯୋଗର ହାତ ବଢ଼ାଉଥିବା ସ୍ବେଛାସେବୀ ମାନେ ସେବା କାର୍ଯ୍ୟରୁ ବଞ୍ଚିତ ହେଲେ। ଫଳସ୍ୱରୂପ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ  ବ୍ରହ୍ମପୁରର ” ଟିମ କ୍ଲିନ ସିଟି” ପକ୍ଷରୁ ଜାରି ରହିଥିବା ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଯଦିଓ ସାମୁହିକ କାର୍ଯ୍ୟ ବନ୍ଦ ରହିଥିଲା ତେବେ ଟିମର […]

ବ୍ରହ୍ମପୁର

ବର୍ଦ୍ଧିତ ଘର ଟିକସ ବାତିଲ କର : ଅବନୀ ଗୟା

ବ୍ରହ୍ମପୁର : ‘କରୋନା ସଂକ୍ରମଣର ଆଳରେ ସମସ୍ତେ ଘରେ ରୁହନ୍ତୁ” କଥାଟିକୁ ଖୁବ ଜୋରସୋରରେ ପ୍ରଚାର ପ୍ରସାରକରି  ସରକାର ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଶିଳ୍ପ ଗୁଡିକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା, ରୋଜଗାର ଛଡାଇ ଛଟେଇ କରିବା,କୃଷକ ଶ୍ରମିକ କ୍ଷୁଦ୍ର ବ୍ୟବସାୟୀଙ୍କ ବିରୁଦ୍ଧରେ ଅଧ୍ୟାଦେଶ ଆଣି ଆଇନରେ ସଂଶୋଧନ କରିବାଭଳି ଅନେକ ଜନବିରୋଧୀ ପଦକ୍ଷେପ ନେବାସହ  ବିଦ୍ୟୁତ ଦର,ପାଣି ଟିକସ, ପନିପରିବା ଦର,ରାସନ ସାମଗ୍ରୀ ଦର,ପେଟ୍ରୋଲ, ଡିଜେଲ,  ରନ୍ଧନଗ୍ୟାସ ଦର ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ଅହେତୁକ […]

ବ୍ରହ୍ମପୁର

ଧାନ ବିଲରେ ବିଦ୍ୟୁତ ଆଘାତରେ ଦୁଇ ଭାଇ ମୃତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନ ଅନ୍ତର୍ଗତ ପୋଚିଲିମା ପଞ୍ଚାୟତ ସିଙ୍ଗିପୁର ଗ୍ରାମର ଦୁଇ ଭାଇ ନିଜ ଜମିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସ୍ବର୍ଶ୍ଵରେ ଆସି ମୃତ୍ୟୁ ଘଟିଥିବାର ସୂଚନ ମିଳିଛି । ଗ୍ରାମବାସୀଙ୍କ ଠାରୁ ସୂଚନା ପ୍ରକାରେ ସିଙ୍ଗିପୁର ଗ୍ରାମର ରମେଶ ମୁନୀ (୬୫) ଓ ମଙ୍ଗୁଳୁ ମୁନୀ (୫୨) ପିତା ସ୍ୱର୍ଗତ ମୁଳୀ ମୁନୀ । ଗତ ରାତି ଅର୍ଥାତ ଶୁକ୍ରବାର ଦିନ ନିଜ ଜମି କୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ନିଜ […]