ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ନଭେମ୍ବର ୬ ତାରିଖରେ କଳାକାର ଶୋଭାଯାତ୍ରା

ବ୍ରହ୍ମପୁର : କରେନ ମହାମାରୀ ଦ୍ଵାର ପ୍ରଭୂତ କ୍ଷତି ସହିଥିବା ଏବଂ ସମ୍ପ୍ରତି କେତେକ କଳାକାର ପରିବାର ବଞ୍ଚିବାର ରାହା ଅତ୍ୟନ୍ତ ସଙ୍କଟାପନ୍ନସ୍ଥିତିରେ ପହଞ୍ଚୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସହ ସମ୍ପାଦକ ବଳଦେବ ସାହୁଙ୍କ ସହଯୋଗରେ ଅନୁଷ୍ଠିତ ବୈଠକରେ ନଭେମ୍ବର ୬ ତାରିଖରେ ଏକ ଶାନ୍ତିପୂର୍ଣ୍ଣ କଳାକାର ଶୋଭାଯାତ୍ରା କରାଯିବା ସହ ବିଭିନ୍ନ ଦାବି ନେଇ ଦକ୍ଷିଣାଞ୍ଚଳ ରାଜସ୍ବ […]

ଓଡ଼ିଶା

ଗଞ୍ଜାମ ଉତ୍କଳ ସାମ୍ବାଦିକ ସଂଘର ଶାରଦୀୟ ବନ୍ଧୁ ମିଳନ ଓ ସାଧାରଣ ବୈଠକ ।

 ଭଞ୍ଜନଗର : ଉତ୍କଳ ସାମ୍ବାଦିକ ସଂଘ, ଗଞ୍ଜାମ ଜିଲ୍ଲାର ଏକ ସାଧାରଣ ବୈଠକ ତଥା ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟ ବରପୁରସ୍ଥିତ ମାଁ ବୁଢାକେନ୍ଦୁ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ପ୍ରେସ୍ କ୍ଳବ ବେଲଗୁଣ୍ଠା ସୌଜନ୍ୟତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅନୀଲ ପଟ୍ଟନାୟକଙ୍କ ସଭାପତିତ୍ୱରେ  କରିଥିବା ବେଳେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଉଦଘାଟକ ଭାବେ ଯୋଗ ଦେଇଥିବା […]

ବ୍ରହ୍ମପୁର

ଦଳିତଙ୍କ ଜମି ହଡପ ନେଇ ଆଇଆରଇ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ଛତ୍ରପୁର: ସୋମବାର ଛତ୍ରପୁର ବ୍ଳକ କଣମଣା ପଞ୍ଚାୟତ ମାଟିଖାଲ ଗ୍ରାମର ଶତାଧିକ ଦଳିତ ପରିବାରଙ୍କ ଜମିକୁ ଷଡଯନ୍ତ୍ରକରି ବେଆଇନ ଭାବେ ଆଇଆରଇ ର ଜବରଦଖଲ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଦଳିତ ଅନୁସୂଚିତ ପରିବାରଙ୍କୁ ନ୍ୟାୟ ଦାବୀ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଓ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି I ଛତ୍ରପୁର ଉପଖଣ୍ଡ ଶ୍ରୀରାମଚନ୍ଦ୍ରପୁର ମୌଜାରେ ସଂଖ୍ୟାଧିକ ଦଳିତ ଅନୁସୂଚିତ […]

ଓଡ଼ିଶା

ଲୋକଙ୍କ ହିତରେ ଆସୁନି ବ୍ରହ୍ମପୁର ପାଇକାରୀ ଭଣ୍ଡାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଥିବା ସମବାୟ ସମିତି ଗୁଡ଼ିକୁ ଦୁର୍ନୀତିର ଏନ୍ତୁଡ଼ି ଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ I ହାତଗଣତି କିଛି ଦିନ ତଳେ ବିଧାନସଭା ପ୍ରଶ୍ନ କାଳରେ ଜୟପୁର ବିଧାୟକ ତାରା ବାହିନୀ ପତିଙ୍କ ଅଭିଯୋଗ ପ୍ରକାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଅଧୀନରେ ଥିବା ଜମି ଘୋଟଲାକୁ ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ପ୍ରାଥମିକ ତଦନ୍ତକୁ ଭିତ୍ତିକରି […]

ବ୍ରହ୍ମପୁର

ଧାର୍ମିକ ଭାବାବେଗ ପ୍ରତି ପ୍ରଶାସନର କୁଠାର ଘାତ – ବିଜେପି ନେତା କାହ୍ନୁ ଚରଣ ପତି ।

 ବ୍ରହ୍ମପୁର : କୋଭିଡ୍ କଟକଣା ମଧ୍ୟରେ ପବିତ୍ର ଦଶହରା ପର୍ବ ପାଳନ ପାଇଁ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଜ ନିଜ ସ୍ତରରେ ନେଇଥିଲେ ହେଁ ପରବର୍ତ୍ତି ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏ କ୍ଷେତ୍ରରେ ଘୋର ବ୍ୟତିକ୍ରମ ଜନସାଧାରଣ ଓ ଭକ୍ତ ମାନଙ୍କୁ ମର୍ମାହତ କରିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଦେବୀ ଦୁର୍ଗାଙ୍କ ପୂଜା ପାଳନ କରିବାକୁ ନିକଟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପୂଜା କମିଟି ସହ ଆଲୋଚନା […]

ଓଡ଼ିଶା

କଂଗ୍ରେସର ୩୩ ସାଙ୍ଗଠନିକ ଜିଲ୍ଲା ସଭାପତି ନିଯୁକ୍ତ , ଗଞ୍ଜାମ ପାଇଁ ରମେଶ ଜେନା

ଭୁବନେଶ୍ୱର : କଂଗ୍ରେସର ୩୩ ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ଆଜି ନିଯୁକ୍ତ କରାଯାଇଛି । ଗଞ୍ଜାମ ପାଇଁ ରମେଶ ଜେନା, ଖୋର୍ଦ୍ଧା ପାଇଁ ସୁରେଶ ରାଉତରାୟ, ରାଉରକେଲା ପାଇଁ ଜର୍ଜ ତିର୍କୀ, ଢେଙ୍କାନାଳ ପାଇଁ ସରୋଜ ପଟ୍ଟନାୟକ, କେନ୍ଦ୍ରାପଡା ପାଇଁ ଅଂଶୁମାନ ମହାନ୍ତି, ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, ବାଲେଶ୍ୱର ପାଇଁ ସଞ୍ଜୀବ ଗିରି, କୋରାପୁଟ ପାଇଁ ମୀନାକ୍ଷୀ ବାହିନୀପତି, ଅନୁଗୁଳ ପାଇଁ ବିପ୍ଳବ ଜେନା, ବଲାଙ୍ଗିର ପାଇଁ ଦିଲ୍ଲୀପ ବେହେରା, ବରଗଡ ପାଇଁ ନିହାର […]

ବ୍ରହ୍ମପୁର

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ନେଇ ଜିଲ୍ଲା ପରିଷଦର ଭିଡିଓ କନଫରେନ୍ସିଂ ବୈଠକ

ଛତ୍ରପୁର : ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ପରିଷଦ ଗଞ୍ଜାମର ବୈଠକ ବହୁଦିନ ପରେ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ସକାଶେ ସମସ୍ତ ସଭ୍ୟ ସଭ୍ୟା ମାନଙ୍କର ମତାମତ ଲୋଡାଯାଇଥିଲା  । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଭଲ ହୋଇଥିବା ଯୋଗୁଁ ଭାରତ ସରକାରଙ୍କ ଦ୍ବାରା […]

ଓଡ଼ିଶା

ଜିଲ୍ଲାପାଳଙ୍କ ନେତୃତ୍ବରେ ମାଁ ତାରାତାରିଣୀଙ୍କ ନୂତନ ଟ୍ରଷ୍ଟବୋର୍ଡ ଗଠିତ, ମାଁ ତାରାତାରିଣୀଙ୍କ ନବରାତ୍ର ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଚଳିତ ବର୍ଷ ର ମା ତାରାତାରିଣୀଙ୍କ ନବରାତ୍ର ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ନୂତନ ଭାବେ ମନ୍ଦିର ପରିଚାଳନା ଟ୍ରଷ୍ଟ ଗଠନ କରାଯାଇଛି । ଏକବର୍ଷ ସକାଶେ ଗଠନ କରାଯାଇଥିବା ଏହି ସାତ ଜଣିଆ ଟ୍ରଷ୍ଚ ବୋର୍ଡରେ ଗଞ୍ଜାମ ଜିଲ୍ଲାପାଳ ଟ୍ରଷ୍ଟି, ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ, […]

ଦେଶ ବିଦେଶ

କୋଭିଡ-୧୯ର ସୁରକ୍ଷିତ ଟିକା ୨୦୨୦ ଶେଷ ହେବା ପୂର୍ବରୁ ମିଳିଯିବ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି, ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଆମେରିକା ପାଖରେ କୋଭିଡ-୧୯ର ସୁକ୍ଷିତ ଓ ପ୍ରଭାବଶାଳୀ ଟିକା ଉପଲବ୍ଧ ହେବ । ସେ ଦେଶର କର୍ପୋରେଟ ସଂସ୍ଥାକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଦ୍ୱିତୀୟ ଥନ ନିର୍ବାଚିତ ହେଲେ, ଅଶା, ଅବସର ଓ ବିକାଶ ଆଗକୁ ବଢ଼ାଇବେ । ସୂଚନାଯୋଗ୍ୟ, ଅକ୍ଟୋବରରେ କରୋନା ଭାଇରସ ସଂକ୍ରମିତ ହେବା ପରେ ଟ୍ରମ୍ପଙ୍କୁ ସେନା ହସ୍ପିଟାଲରେ ଭତ୍ତି ର୍ କରାଯାଇଥିଲା […]

ଓଡ଼ିଶା

ନୂତନ ଶିକ୍ଷାନୀତିରେ ଷ୍ଟାର୍ସ ପ୍ରକଳ୍ପ ଆୟୋଜନର ନିଷ୍ପତ୍ତି, ଓଡିଶା ସମେତ 5ଟି ରାଜ୍ୟରେ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯେଉଁଥିରେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଶିକ୍ଷାଦାନ ଓ ତାହାର ଫଳାଫଳକୁ ନେଇ ଷ୍ଟାର୍ସ ପ୍ରକଳ୍ପ କରାଯିବ । ଛଅଟି ରାଜ୍ୟ ଯେପରିକି ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଓଡିଶାରେ ଏହାକୁ ଲାଗୁ କରାଯିବ  । ଜାଭଡେକର କହିଛନ୍ତି ଯେ ଏହି 5,718 କୋଟି […]