ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟାଳୟର ବାର୍ଷିକ ବୈଠକ ନେତୃତ୍ୱ କରିବାକୁ ଏବେ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ । ଭାରତ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ୨୨ ମେ’ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଡ. ହର୍ଷବର୍ଦ୍ଧନ ଜାପାନର ଡକ୍ଟର ହିରୋକି ନକାତାନୀଙ୍କ ସ୍ଥାନ ନେବେ । ଡ. ହିରୋକି ଏବେ ୩୪ ସଦସ୍ୟ ବିଶିଷ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଉଲ୍ଲେଖନୀୟ ଯେ, ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକରେ ଭାରତ ଡ. ହର୍ଷବର୍ଦ୍ଧନଙ୍କ ନାମ ଏହି ପଦବୀ ପାଇଁ ପେସ କରିଥିଲା । ଭାରତର ଏହି ପ୍ରସ୍ତାବକୁ ମେ’ ୧୯ ତାରିଖରେ ୧୯୪ ଦେଶ ସମର୍ଥନ କରିଥିଲେ । ସ୍ୱାସ୍ଥ୍ୟକ୍ଷେତ୍ରରେ ଉତ୍ତମ ରେକର୍ଡ ରଖୁଥିବା ୩୪ ଦେଶଙ୍କୁ ହିଁ କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ ମନୋନିତ କରାଯାଇଥାଏ । କିନ୍ତୁ ପ୍ରଥମଥର ପାଇଁ ଏଥିରେ ଏଭଳି ଦେଶଙ୍କୁ ସାମିଲ କରାଯାଇଛି,ଯେଉଁମାନେ ଏହି କ୍ଷେତ୍ରରେ ବିଶେଷ ଆଗରେ ନାହାନ୍ତି । ଭାରତ ବ୍ୟତିତ ବୋତସୱାନା,କଲମ୍ବିଆ,ଘାନା,ଗିନି ଓ ବ୍ରିଟେନକୁ ବୋର୍ଡରେ ସ୍ଥାନ ମିଳିଛି । ରୁଷ ଓ ଦକ୍ଷିଣ କୋରିଆ ମଧ୍ୟ ବୋର୍ଡରେ ସ୍ଥାନିତ ହୋଇଛନ୍ତି । ଉଲ୍ଲେଖନୀୟ ଯେ, କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀ ବର୍ଷକ ପାଇଁ ମିଳିଥାଏ କିନ୍ତୁ ଗତ ବର୍ଷ ଡବ୍ଲୁଏଚଓର ଦକ୍ଷିଣ ପୂର୍ବ ଏସିଆ ସମୂହ ସର୍ବସମ୍ମତି କ୍ରମେ ଭାରତକୁ ତିନି ବର୍ଷ ପାଇଁ ଏହି ପଦବୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ।
Related Articles
ଭାରତକୁ ମିଳିଲା ପ୍ରଥମ ରାଫେଲ ବିମାନ
Views: 0 ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଆଜି ମିଳିଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ। ପ୍ୟାରିସଠାରେ ଏହାକୁ ଡେପୁଟୀ ଚିଫ ଏୟାର ମାର୍ସାଲ ଭିଆର ଚୌଧୁରୀ ଗ୍ରହଣ କରିବା ସହିତ ଏକ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ସେ ରାଫେଲବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିବା ଜଣାପଡିଛି। ଆସନ୍ତା ଅକ୍ଟୋବର ୮ ଦଶହରା ଦିନ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ। ଏହି ବିମାନର ଟେଲ ନମ୍ବର ଆରବି–୦୦୧। ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ […]
ଅଯୋଧ୍ୟା ବିବାଦ: ମସଜିଦ୍ ପୂର୍ବରୁ ଥିବା ନିର୍ମାଣର ପ୍ରମାଣ ଲୋଡିଲେ ସୁପ୍ରିମ୍କୋର୍ଟ
Views: 0 ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ପ୍ରତିଦିନ ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ମାମଳାରେ ମସଜିଦ୍ ପୂର୍ବରୁଥିବା ନିର୍ମାଣର ପ୍ରମାଣ ସୁପ୍ରିମ୍କୋର୍ଟ ଲୋଡିଛନ୍ତି। ନିର୍ମୋହି ଆଖଡ଼ାର ଆଇଜୀବି କହିଥିଲେ ଯେ, ମୁସଲମାନ୍ ଆଇନ ଅନୁସାରେ କୌଣସି ବ୍ୟକ୍ତି ଆଇନ ସଙ୍ଗତ ଅନୁମତି ବିନା ଅନ୍ୟ କାହାର ଜମିରେ ମସଜିଦ୍ ନିର୍ମାଣ କରିପାରିବେ ନାହିଁ। ଏଭଳି ମସଜିଦ୍ରେ ନମାଜ ପାଠ କବୁଲ୍ ଅର୍ଥାତ୍ ବୈଧ ନୁହେଁ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ,ଟ୍ରାଏଲ […]
ଟ୍ରେନରେ ମିଳିବ ବିମାନ ଭଳି ସେବା
Views: 2 ନୂଆଦିଲ୍ଲୀ : ରେଲୱେ ନିଜ ଯାତ୍ରୀଙ୍କ ପାଇଁ ଉତ୍ତମ ସୁବିଧା ଦେବାପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି । ଏଥିପାଇଁ ରେଳବିଭାଗ ନିଜ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଟ୍ରେନିଂ ଦେବା ଆରମ୍ଭ କରିବ । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଅନେକ ଥର ଏହି ଅଭିଯୋଗ କରିଥାନ୍ତି ଯେ ରେଳ କର୍ମଚାରୀ, ଖାସ୍ କରି IRCTCର କ୍ୟାଟରିଂ ଷ୍ଟାଫଙ୍କ ହସପିଟାଲିଟି ଠିକ୍ ନୁହେଁ । ଅନେକ ଥର ଯାତ୍ରୀଙ୍କ ସହିତ ମାରପିଟ୍ ଭଳି ଖବର […]