ଓଡ଼ିଶା

ଆନ୍ଧ୍ର, ତାମିଲନାଡୁ ଓ ତେଲେଙ୍ଗାନାରୁ ଧାମୁଣିଗାଁ ନାକା ପଏଣ୍ଟରେ ପହଞ୍ଚିଲେ ୪୦ ପ୍ରବାସୀ ଓଡିଆ

ପାରଳାଖେମୁଣ୍ଡି : ଭୋର ସକାଳୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଧାମୁଣୀଗାଁ ଆନ୍ଦ୍ର ସୀମାନ୍ତ ନାକା ପଏଣ୍ଟ ଠାରେ ଚାଲି ଚାଲି ଆସି ପହଞ୍ଚିଛନ୍ତି ୪୦ ଜଣ ପ୍ରବାସୀ ଓଡିଆ। ଏଥିରେ ୨୦ ଜଣ ଝିଅ ଓ ୨୦ ଜଣ ପୁଅ ଅଛନ୍ତି। ଏମାନେ ସମସ୍ତେ ଗଜପତି ଜିଲ୍ଲା ରାୟଗଡ, ଗୁମ୍ମା, ନୁଆଗଡ, ଗୋଷାଣୀ ବ୍ଲକ ଅଞ୍ଚଳର।ଏମାନେ ସମସ୍ତେ ଆନ୍ଦ୍ର, ତାମିଲନାଡୁ ଓ ତେଲେଙ୍ଗାନା ଯାଇ ଦାଦନ ଶ୍ରମିକ ଭାବେ ବିଭିନ୍ନ କାରଖାନାର କାମ କରୁଥିଲେ। ଲକ୍ ଡାଉନ୍ ଯୋଗୁଁ କାରଖାନା ବନ୍ଦ ହୋଇଯିବା ଫଳରେ ଶ୍ରମିକ ମାନଙ୍କ କାମଧନ୍ଦା ମଧ୍ୟ ଠପ ହୋଇ ଯାଇଥିଲା। ସେଠାରେ କାମ କରି ଯାହା ରୋଜଗାର କରିଥିଲେ ତାହା ଲକଡାଉନର ୩ ମାସ ମଧ୍ୟରେ ସବୁ ସରିଗଲା ଚଳିବା ବହୁ କଷ୍ଟ ହେଲା । ଏଭଳି ପରିସ୍ଥିତିରେ ନିଜ ଭିଟାମାଟିକୁ ଫେରିବା ପାଇଁ ରାଜ୍ୟ ସରକାର ଘୋଷଣା ପ୍ରକାରେ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ଆମର ଫେରିବା ବ୍ୟବସ୍ଥା ହେଲାନି ତେଣୁ ବାଧ୍ୟ ହୋଇ ଆମ ମଧ୍ୟରେ ଯୋଜନା ମୁତାବକ ଆମ ପାଖରେ ଯାହା ଟଙ୍କା ଥିଲା ସେହି ଟଙ୍କାରେ କେଉଁଠି ବସ ଯୋଗେ ତ କେଉଁଠି ଟ୍ରକ ଯୋଗେ ତ ପୁଣି କେଉଁଠି ଚାଲି ଚାଲି ଆମେ ୩ ଦିନ ହେଲା ନ ଖାଇ ବିଭିନ୍ନ ଉପାୟରେ ଆସି ପହଞ୍ଚିଛଲୁ । ଆମର ଦେହ, ହାତ, ଗୋଡ ସବୁ ବ୍ୟଥା ହେଉଛି। ଏଭଳି ଅବ୍ୟବସ୍ଥାରେ ଆମେ ଆସି ପହଞ୍ଚିଲୁ ବୋଲି ୨ ଜଣ ଶ୍ରମିକ କହିଛନ୍ତି।  ସେହିଭଳି ୪୦ ଜଣ ପ୍ରବାସୀ ଓଡିଆ ଶ୍ରମିକ ଧାମୁଣୀଗାଁ ସୀମାନ୍ତ ନାକା ପଏଣ୍ଟ ଠାରେ ଆଜି ଭୋର ସକାଳୁ ଚାଲି ଚାଲି ଆସି ପହଞ୍ଚିଛିବା ପରେ ସେମାନଙ୍କୁ ବିଶ୍ରାମ ନେବା ବ୍ୟବସ୍ଥା କରା ଯାଇଥିଲା। ପରେ ସେ ମାନଙ୍କ ନାମ ପଞ୍ଜିକରଣ କରି ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିସ୍କୁଟ ଓ ଟାଟା-ଗୁକୋଜ ଦିଆ ଯାଇଥିଲା। ପରେ ସେମାନଙ୍କୁ ନିଜ ନିଜ ବ୍ଳକର କରେଂଟାଇନ କେନ୍ଦ୍ରକୁ ବସ ଯୋଗେ ପୋଲିସ ଏସ୍କଟ ସହିତ ପଠାଇବା ବ୍ୟବସ୍ଥା କରା ଯାଇଥିଲା ବୋଲି ସେଠାରେ ଦାୟୀତରେ ଥିବା ଅଧିକାରୀ ତନୋଜ କୁମାର ପାଣିଗ୍ରାହୀ କହିଛନ୍ତି।