ବ୍ରହ୍ମପୁର

ସାଉଦିଆରବ ରୁ ମୃତ ରାମାରାଓଙ୍କ ଶବକୁ କୁଠାରସିଂ ଆଣିବା ପାଇଁ ଅନୁରୋଧ

ବ୍ରହ୍ମପୁର: (ଅଭିରାମ ପାତ୍ର)  ଗୋଳନ୍ଥରା ଥାନା ଅନ୍ତର୍ଗତ କୁଠାରସିଂ ଗ୍ରାମର k ରାମା ରାଓ ରେଡି ନାମକ ଜଣେ ବ୍ୟକ୍ତିଙ୍କ ସାଉଦିଆରବର ଡାମନ ର ଏକ ସରକାରୀ ହସ୍ପିଟାଲ ରେ ଗତକାଲି 26 ଜୁନରେ  ହୃଦଘାତ ରେ ମୃତ୍ୟୁ ଘଟିଛି । ମୃତ ରାମରାଓ ତାଙ୍କ ପରିବାରର ଏକ ମାତ୍ର ଅର୍ଜନକାରୀ ବ୍ୟକ୍ତି ଥିଲେ । ତାଙ୍କ ଯୋଗୁଁ  ପରିବାର ଚାଲୁଥିଲା । ବର୍ତ୍ତମାନ ପରିବାର ଲୋକେ ସ୍ତାନୀୟ ପ୍ରଶାସନ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ମୃତ ରାମାରାଓଙ୍କ ଶବ କୁ କୁଠାରସିଂ ଆଣିବା ପାଇଁ ଅନୁରୋଧ କରିଛନ୍ତି । ଏ ନେଇ ପ୍ରଶାସନ ନିକଟରେ ଅନୁରୋଧ ମଧ୍ୟ କରାଯାଇଛି । ମୃତ ରାମା ରାଓଙ୍କ 4 ଦିନ ପୁର୍ବେ ହୃଦଘାତ ହୋଇଥିଲା । ସେ ଭାରତ ଆସିବାକୁ ଚାହିଁଥିଲେ ମଧ୍ୟ କରୋନା ସହ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ଥିବା ଯୋଗୁଁ ସେ ସେଠାରେ  ହିଁ ରହିବାକୁ ବାଧ୍ୟ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା ।