ହିଞ୍ଜିଳିକାଟୁ : (ଜାନକୀ ରାଓ) ଏଥିରୁ ଜଣାପଡୁଛି କେଉଁଠି ନା କେଉଁଠି ଅବହେଳା ହେଉଛି। କିଏ ନା କିଏ ନିୟମ ଭାଙ୍ଗୁଛନ୍ତି। ଆଉ ଏଥିପାଇଁ ତ କିଛି ଦିନ ହେଲା ହିଞ୍ଜିଳିକାଟୁ ରେ ସଂକ୍ରମଣ କାୟା ବିସ୍ତାର କଲାଣି। ସଂକ୍ରମିତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳ ବାସୀ ଚିନ୍ତିତ। ପ୍ରଥମେ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିଲେ। ଏବେ ସ୍ଥାନୀୟ ବଜାରର ପରିବା, ପାନ୍ ଦୋକାନୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସୋମବାର ଠାରୁ ଶୁକ୍ରବାର ସକାଳ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତି ଆବଶ୍ୟକୀୟ ଦୋକାନ ଖୋଲା ରହୁଛି। ସାମାଜିକ ଦୂରତା ଭଙ୍ଗ କରି ଅନେକ ଦୋକାନ କୁ ପୌର ପରିଷଦ ସିଲ୍ ମଧ୍ୟ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍ଷଣ ଥିବା କିଛି ବ୍ୟବସାୟୀଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ମାନେ ସଂକ୍ରମିତ ହୋଇଥିବା ଜଣାପଡିଛି। ଗତକାଲି ଗଞ୍ଜମ ଜିଲ୍ଲାରେ ୫୮ ଜଣ ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରୁ ୪ ଜଣ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଗଞ୍ଜାମ ଜିଲ୍ଲାପାଳବିଜୟ ଅମୃତା କୁଲାଙ୍ଗେ ଟୁଇଟ କରିଛନ୍ତି। ବର୍ତ୍ତମାନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ତେଣୁ ନିଜ ସୁରକ୍ଷା ନିଜ ହାତ ରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର । ସ୍ଥାନୀୟ ପ୍ରଶାସନ ପକ୍ଷରୁ କେତେ ବେଳେ ମଧ୍ୟ ହିଞ୍ଜିଳିକାଟୁର ବିଭିନ୍ନ ୱାର୍ଡ଼ କୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷଣା କରିବା ସହ ସହରର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଅଞ୍ଚଳ କୁ ବଫର ଜୋନ କରିବା ନେଇ ଜୋର୍ ସୋର୍ ଆଲୋଚନା ଚାଲିଛି। ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ସଂଖ୍ୟା ବୃଦ୍ଧି କୁ ଦୃଷ୍ଟି ରେ ରଖି ବଡ଼ଖଣ୍ଡି ସରପଞ୍ଚ ପଞ୍ଚାୟତ କୁ ୫ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ସ୍ଥାନୀୟ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଲକ୍ଷଣ ଚିହ୍ନଟ ହେବା ପରେ ମହାବିଦ୍ୟାଳୟ କର୍ମଚାରୀଙ୍କ ମହଲ ରେ ଭୟର ବାତାବରଣ ଦେଖା ଦେଇଛି।
Related Articles
ବେଗୁନିଆପଡା ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ କୁଇଜ ପ୍ରତିଯୋଗିତା l
Views: 0 ବେଗୁନିଆପଡା: (ପବିତ୍ର କୁମାର ରାଉତ) ପ୍ରଶାସନ ତରଫରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତ ଜନତା ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖି ଏକ କୁଇଜ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ମଙ୍ଗଳବାର ଦିନ ପୁରସ୍କୃତ କରାଯାଇଛି l ଗତ ଜୁନ 8ତାରିଖ ଦିନ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ସିନିୟର ଓ ଜୁନିୟର ଭାବେ ଦୁଇଟି ଗ୍ରୁପରେ ଭାଗ କରାଯାଇ […]
୧୧ କେଭି ବିଦ୍ୟୁତତାର ଲାଗି ଜଣକ ଜୀବନଗଲା
Views: 6 ଶେରଗଡ଼ : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ବାଲିସାହି ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ୧୧କେଭି ତାର ଲାଗି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେ ହେଲେ ଗୋବିନ୍ଦପୁର ଗ୍ରାମର ବୃନ୍ଦାବନ ସ୍ବାଇଁ (୫୦)। ବୃନ୍ଦାବନ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ କାକପୋଇ ଡାଳ କାଟିବାକୁ ଗଛ ଉପରେ ଚଢ଼ିଥିଲେ। କାଟିବା ସମୟରେ ଡାଳଟି ଯାଇ ୧୧କେଭି ତାର ଉପରେ ପଡ଼ିଥିଲା। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ସେହି ଗଛ ଉପରେ […]
ବେଗୁନିଆପଡ଼ା ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, 354 ଟି ଅଭିଯୋଗ l
Views: 1 ବେଗୁନିଆପଡ଼ା : ବେଗୁନିଆପଡ଼ା ବ୍ଲକ ପରିସରରେ ଗଞ୍ଜାମ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି 354 ଟି ଅଭିଯୋଗ ଗ୍ରହଣ କରିଛନ୍ତି l ଏଥି ମଧ୍ୟରୁ ବିଶେଷ ଭାବରେ ମୋ କୁଡିଆ, ପାନୀୟ ଜଳ ଯୋଗାଣ, ରାସନ୍ କାର୍ଡ, ଶିକ୍ଷା, ମଦ ଦୋକାନ ବନ୍ଦ, ରାସ୍ତା ନିର୍ମାଣ ସହ ଅନେକ୍ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଜନ ସାଧାରଣ ଅଭିଯୋଗ କରିଛନ୍ତି l ସୁମଣ୍ଡଳ ସ୍ଥିତ ରବି […]