ବ୍ରହ୍ମପୁର

ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗରର 10 ନମ୍ବର ୱାର୍ଡ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଠାରେ ସତ୍ୟ ମେଏବ ଜୟତେ ଗ୍ରୁପ ତରଫରୁ ପବିତ୍ର ସଧାରଣ ତନ୍ତ୍ର ଦିବସ ଓ ଗ୍ରୁପ୍ ସଦସ୍ୟ ରାଜେଶ ପଣ୍ଡାଙ୍କ ପିତା ରମେଶ ପଣ୍ଡାଙ୍କ ଜନ୍ମ ବାର୍ଷିକୀ ଅବସରରେ ଗରୀବ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କ ଉପକରଣ ଓ ପ୍ରତିଭା ଧାରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୀଲ କୁମାର ଚୌଧୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ ।ମୁଖ୍ୟ ଅତିଥି ଶ୍ରୀ ବିକ୍ରମ କୁମାର ପଣ୍ଡା ସଦସ୍ୟ ମାନଙ୍କ ଏହି ମହାନ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ବ୍ରହ୍ମପୁର ବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।କୋଭିଡ଼ ସମୟରୁ ଆଜି ପର୍ଯ୍ୟନ୍ତ ନିଜ ସେବା କାର୍ଯ୍ୟ ଜାରି ରଖିଥିବା ଶିକ୍ଷାବୀତ ରାଜେଶ ପଣ୍ଡା ଉପୋଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଦନା କରା ଯାଇଥିଲା ସେହିପରି ଏହି ଅଞ୍ଚଳର ଗୌରବ ଗାୟିକା ଶିଳ୍ପୀ ସିତଲ କୋବିଙ୍କୁ ମଧ୍ୟ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା।ଟ୍ର୍ରିବୁଟ୍ କ୍ଳାସର୍ ପାଞ୍ଚ ଜଣ ଶିକ୍ଷକ ରାଜେଶ୍ଵରୀ ବେହେରା,ଗୋଲୋକ କୁମାର ପଣ୍ଡା,ସାର୍ଥକ ରାଜ ସାହୁ,ଆନନ୍ଦ ନାୟକ,ସତ୍ୟ ସରୁପା ରାଉତ ,ମମତା କୁମାରୀ ପାଢୀ ଙ୍କୁ ପୁଷ୍ପଗୁଛ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ସ୍ତାନୀୟ ଅଞ୍ଚଳ ବାସୀ ସହଯୋଗ କରିଥିଲେ।10 ଜଣ ଦିବ୍ୟାଙ୍ଗଙ୍କୁ ସାଇକେଲ ଓ ଅନ୍ୟାନ୍ୟ ଉପକରଣ ବଣ୍ଟନ କରାଯାଇଥିଲା।ଶେଷରେ 10 ନଂ ୱାର୍ଡ ଯୁବ ସଭାପତି ବୁଡୁ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।