ବ୍ରହ୍ମପୁର

ରାସ୍ତାକଡରୁ ୮୧ ବର୍ଷୀୟ ବୃଦ୍ଧା ମାଆଙ୍କୁ ଉଦ୍ଧାର କଲା ଜୟ ଜଗନ୍ନାଥ ଗ୍ରୁପ୍

ବ୍ରହ୍ମପୁର: (ଶଙ୍କର ରଣା)   ବ୍ରହ୍ମପୁର ସିଦ୍ଧାର୍ଥନଗର ର ରାସ୍ତା କଡରେ ଏକ ଅସହାୟ ୮୧ ବର୍ଷୀୟ ବୃଦ୍ଧା ମହିଳା ଦୀର୍ଘଦିନ ଧରି ପଡି ରହିଥିଲେ । ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ ତାଙ୍କୁ ଉଦ୍ଧାର କରି ଛତ୍ରପୁର ଗଞ୍ଜାର ଏକ ଜରାଶ୍ରମ ରେ ରଖାଗଲା । ଗତ କାଲି ରାତିରେ ଖବର ପାଇ ସଟ୍ ଡାଉନ୍ ରେ ମଧ୍ୟ ଗ୍ରୁପ୍ ର ସଦସ୍ୟ ମାନେ ପହଁଚିଲେ ସିଦ୍ଧାର୍ଥନଗର ରେ । ଭୋକ ଉପାସରେ ଥିବାରୁ ତାଙ୍କୁ ଖାଇବାକୁ ଦିଆଗଲା ଏବଂ ତାଙ୍କ ସହ କଥାବାର୍ତ୍ତାରୁ ଜଣା ପଡିଲା ସେ  ଅଣ ଓଡିଆ ଅଟନ୍ତି ।  ହିନ୍ଦୀ ରେ ଗୁଣୁ ଗୁଣୁ ଯାହା ଦୁଇପଦ କହିଲେ ସେଥିରୁ ଜାଣିବାକୁ ପାଇଲୁ ତାଙ୍କର ପୁଅ ଝିଅ ଅଛନ୍ତି  । ଅଧିକ କିଛି କହିଲେ ନାହିଁ କାନ୍ଦିବାରେ ଲାଗିଲେ  । ସେଠାକାର ବାସିନ୍ଦା ମାନଙ୍କ ଠାରୁ ପଚାରି ବୁଝିବାରୁ ସେମାନେ କହିଲେ ଏହି ବୃଦ୍ଧା ଜଣଙ୍କ ଦୀର୍ଘ ମାସ ଧରି ଏଠାରେ ରେ ବୁଲୁଛନ୍ତି  ଯିଏ ଯାହା ଦେଲେ ଖାଆନ୍ତି ନଚେତ୍ ଭୋକ ଉପାସରେ ରୁହନ୍ତି । ଉଦ୍ଧାର କାର୍ଯ୍ୟ ରେ ବ୍ରହ୍ମପୁର ସଭାନେତ୍ରୀ ରଞ୍ଜନା ମିଶ୍ର , ସୌମ୍ୟକାନ୍ତ ମହାପାତ୍ର , ବିଶ୍ୱନାଥ ପାତ୍ର , ଦୟାରାମ ଯାନୀ ପ୍ରମୁଖ ଗତକାଲି ରାତିରେ ବୈଦ୍ୟନାଥପୁର ଥାନା ଅଧିକାରୀ ଙ୍କ ଠାରୁ ଅନୁମତି ଆଣି ଗ୍ରୁପ୍ ତରଫରୁ ଅଟୋ ମାଧ୍ୟମରେ ତାଙ୍କୁ ଛତ୍ରପୁର ଗଞ୍ଜା ଏନଏସି ର ସୁଭଦ୍ରା ମହତାବ୍ ସେବାସଦନ ରେ ଥଇଥାନ କରାଇଲେ ।

1