ବ୍ରହ୍ମପୁର

ତୋଗଲୋକୀ ନିର୍ଦେଶର ପୁନଃ ସମୀକ୍ଷା କରିବାକୁ ଜିଲ୍ଲା କଂଗ୍ରେସର ଦାବୀ

ବ୍ରହ୍ମପୁର: (ଅଭିରାମ ପାତ୍ର) ଆସନ୍ତା ପନ୍ଦର ଦିନ ପର୍ଯ୍ୟନ୍ତ କୌଣସି ଗ୍ରାମାଞ୍ଚଳ ଲୋକ ସହର ମଧ୍ୟରେ ପ୍ରବେଶ ନ କରିବା ପାଇଁ ସରକାର ନିର୍ଦେଶ ଜାରୀ କରିଛନ୍ତି l ଏହି ନିର୍ଦେଶ କରୋନା ମୁକାବିଲା କରିବାକୁ କେତେଧୂର ସଫଳ ହେବ କହିବା କଷ୍ଟ କର, କିନ୍ତୁ ପ୍ରତିଦିନ ହଜାର ହଜାର ମୁଲିଆ, ମିସ୍ତ୍ରୀ ସହ ନିର୍ମାଣ କାର୍ଯ୍ୟ ରେ ଯେଉଁ ମାନେ ସହାୟକ ହେଉଛନ୍ତି ସେମାନେ ସହରକୁ ଆସି ନିଜ ପେଟ ପୋଷନ୍ତି l ସେମାନେ ବଞ୍ଚିବେ କିପରି? ଗୋଟିଏ ପଟେ ସରକାର କହୁଛନ୍ତି ଅର୍ଥନୈତିକ କାର୍ଯ୍ୟକ୍ରମ ଚାଲୁ କରିବାକୁ, ଅନ୍ୟ ପଟେ ଶ୍ରମିକ ଙ୍କୁ ସହର କୁ ଆସିବାକୁ ବାରଣ କରାଯାଉଛି I ବ୍ରହ୍ମପୁର ସହର ନିକଟରେ ଅବସ୍ଥିତ ପ୍ରାୟ ଦୁଇ ସହ ଗ୍ରାମ ର ଲୋକ ମାନଙ୍କ ବ୍ୟବସାୟ,ବ୍ୟାଙ୍କ ଓ ଦୈନିକ ସମସ୍ତ କାର୍ଯ୍ୟ ବ୍ରହ୍ମପୁର ସହର ଉପରେ ନିର୍ଭର, ଅତଏବ ଗତ ତିନି ମାସ ହେଲା କରୋନା ଜନିତ ଅସୁବିଧା ଯୋଗୁ  ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡ଼ିଲାଣି, ପୁଣି ପନ୍ଦର ଦିନ ଗ୍ରାମାଞ୍ଚଳ ଲୋକ ସହର କୁ ନ ଆସିବା ଫଳରେ ସମସ୍ତ କମ ବନ୍ଦ ହେବ,ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବେ I ଏଣୁ ସରକାର ତୁରନ୍ତ ଏହି ପ୍ରକାର ତୋଗଲୋକ ଶାସନ ର ସମୀକ୍ଷା କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ କାର୍ଯକାରୀ ସଭାପତି ପୀତବାସ ପଣ୍ଡା ଦାବୀ କରିଛନ୍ତି I