Breaking ଓଡ଼ିଶା

ଗଜପତିରେ ବଢିଲା ଆନୁଷ୍ଠାନିକ କ୍ୱାରାଣ୍ଟାଇନ ଅବଧି

ପାରଳାଖେମୁଣ୍ଡି : ( ଯୋତ୍ସ୍ନାରାଣୀ ) ଆନୁଷ୍ଠାନିକ କ୍ବାରଣ୍ଟାଇନ ଅବଧି ବଢାଇଲା ଜିଲ୍ଲା ପ୍ରଶାସନ। ଆଜିଠାରୁ ୨୧ ଦିନକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୪ଦିନ ଥିବା ବେଳେ ୭ଦିନ ଘରେ କ୍ବାରଣ୍ଟାଇନ ଅବଧି ରହିଥିଲା। ତେବେ ୨୧ ଦିନ ସଂଗରୋଧରେ ରହିବା ପରେ ୧ମ କିସ୍ତିରେ ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ସମ୍ପୃକ୍ତ ଓ୍ବାର୍ଡ ମେମ୍ବରଙ୍କ ସନ୍ତୋଷଜନକ ସୁପାରିଶ କ୍ରମେ ଦ୍ବିତୀୟ କିସ୍ତିର ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଲକ୍ଷଣ ନଥିବା ସତ୍ତ୍ବେ କରୋନା ସଂକ୍ରମିତ ହେବା ଏବଂ କ୍ବାରଣ୍ଟାଇନ କେନ୍ଦ୍ରରୁ ଘରକୁ ଯିବା ପରେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏହି ସଂଗରୋଧ ଅବଧି ବଢ଼ାଇଛି ପ୍ରଶାସନ। ତେବେ ଘର ଘର ବୁଲି ସର୍ଭେ କରାଯିବା ସମୟରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ।