Breaking News

ଗ୍ୟାସ ସିଲିଣ୍ଡର ଲିକ୍ କର୍ମଚାରୀ ଗୁରୁତର

ଭଦ୍ରକ : (ଅମିତ କୁମାର ପଣ୍ଡା ) ଗ୍ୟାସ ସିଲିଣ୍ଡର ସଜାଡିବାକୁ ଯାଇ ଯୁବକ ଜଳିଗଲେ  । ଘଟଣା ଘଟିଛି    ବାସୁଦେବପୁର ପୌରପାଳିକା ମନ୍ଦାରୀ ଗ୍ରାମର  ।   ଭାରତ ଗ୍ୟାସର  କର୍ମଚାରୀ ଡମ୍ବରୁଧର ବିଶ୍ବାଳ  ଜଳିଗଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି । ମନ୍ଦାରୀ ଗ୍ରାମର ଯୁବକ ଡମ୍ବରୁଧର ବିଶ୍ବାଳ ବାସୁଦେବପୁର ଶ୍ରୀଗ୍ୟାସ ଏଜେନ୍ସି କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି  । ତିନି  ଦିନ  ତଳେ ଏକ ନୂତନ ଗ୍ୟାସ ସିଲିଣ୍ଡର ରମାକାନ୍ତ ରାଉତଙ୍କ ଘରେ ଯୋଗାଇ ଦେଇଥିଲେ  । ଏହି ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେଉଥିଲା  । ଆଜି ସକାଳେ ରମାକାନ୍ତଙ୍କ ପତ୍ନୀ ସୁଲଚନା ଗ୍ୟାସ ସିଲିଣ୍ଡର ଲିକ୍ ସଜାଡିବାକୁ ଡମ୍ବରୁଧର ବିଶ୍ବାଳଙ୍କୁ ଡକାଇ ଥିଲେ ।  ଗ୍ୟାସ କର୍ମଚାରୀ ଡମ୍ବରୁଧର ପହଞ୍ଚି ଲିକ୍  ସଜାଡୁ ଥିବା ସମୟରେ ନିଆଁ ଲାଗି ଯାଇଥିଲା । ସୁଲଚନାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ପୋଡିଗଲେ । ସୁଲଚନାଙ୍କ ଚଳଘର ଆଂଶିକ ଭାବେ ପୋଡିଯାଇଛି  । ସୁଲଚନାଙ୍କ ଗୋଡରେ ନିଆଁ ଲାଗି ଯାଇଥିଲା । ନିଭାଇ ଦେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି  ।  ଆହତ ଆହତ ଅବସ୍ଥାରେ ଚିକିତ୍ସା ପାଇଁ   ଡମ୍ବରୁଧର ବିଶ୍ବାଳଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ  ଭଦ୍ରକ ରେଫର କରାଯାଇଛି ।