ରାୟଗଡ: ବନ୍ଦ ହେଲା ସାପ୍ତାହିକ ହାଟ। ଜିଲ୍ଲାରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ନାରାୟଣପୁର ହାଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ। ଅଞ୍ଚଳର ଏକ ମାତ୍ର ନିର୍ଭରଶୀଳ ସାପ୍ତାହିକ ହାଟ, ଯେଉଁଠି ନିଜର ବିଭିନ୍ନ ଉତ୍ପାଦନ ହେଉ ଅବା ଜଂଗଲ ଜାତ ଦ୍ରବ୍ୟର କିଣାବିକା ହୋଇଥାଏ। ସପ୍ତାହର ଆବଶ୍ୟକୀୟ ସାମଗ୍ରୀ ହାତ ପାହାନ୍ତରେ ସୁଲଭ ମୂଲ୍ୟରେ ପାଇଥାନ୍ତି ଲୋକେ। ତେବେ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି ସରପଞ୍ଚ। ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
Related Articles
ଓଡ଼ିଶା ପାଇଁ ନୂଆ ଲକ ଡାଉନ ନିୟମ ଜାରି କଲେ ସରକାର
Views: 9 ଭୁବନେଶ୍ୱର : ଆସନ୍ତା କାଲି ଠୁ ନୂଆ ଗାଇଡ଼ ଲାଇନ ସହିତ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଲକ ଡାଉନ। ୧୦ଜିଲ୍ଲା ରେ ପୂର୍ବ ଭଳି ଶନିବାର ଓ ରବିବାର ସଟଡାଉନ ରହିବ।ଜୋନ-୧ରେ ଯାଉଥିବା ୧୦ ଜିଲ୍ଲା ସଟଡାଉନ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଝାରସୁଗୁଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର। ରାତି ୯ ରୁ ସକାଳ ୫ ଯାଇ ରାଜ୍ୟରେ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। […]
ଆଜି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ
Views: 4 ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। ଅପରାହ୍ନ ୪ଟା ସମୟରେ ସେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।
ବିହାର-ଆସାମରେ ବନ୍ୟା, ମୃତ୍ୟୁ ସଂଖ୍ୟା ୧୬୬
Views: 3 ନୂଆଦିଲ୍ଲୀ : ବର୍ତ୍ତମାନ ବିହାର ଏବଂ ଆସାମରେ ବନ୍ୟାର ବିଭୀଷିକା ସୃଷ୍ଟି ହୋଇଛି । ଦିନକୁ ଦିନ ଦୁଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ବନ୍ୟାରେ ଦୁଇ ରାଜ୍ୟରେ ପାଖାପାଖି ୧.୧୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଆସାମରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଥିବା ବେଳେ ବିହାରରେ ୧୦୨ ଜଣ ପ୍ରାଣ ହରେଇଛନ୍ତି । ବିହାରରେ ୧୨ଟି ଜିଲ୍ଲାର ୭୨.୭୮ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । […]