Breaking News

ଓଡ଼ିଶା ପାଇଁ ନୂଆ ଲକ ଡାଉନ ନିୟମ ଜାରି କଲେ ସରକାର

ଭୁବନେଶ୍ୱର : ଆସନ୍ତା କାଲି ଠୁ ନୂଆ ଗାଇଡ଼ ଲାଇନ ସହିତ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଲକ ଡାଉନ।
୧୦ଜିଲ୍ଲା ରେ ପୂର୍ବ ଭଳି ଶନିବାର ଓ ରବିବାର ସଟଡାଉନ ରହିବ।ଜୋନ-୧ରେ ଯାଉଥିବା ୧୦ ଜିଲ୍ଲା ସଟଡାଉନ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଝାରସୁଗୁଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର। ରାତି ୯ ରୁ ସକାଳ ୫ ଯାଇ ରାଜ୍ୟରେ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ
ପୂର୍ବରୁ ସନ୍ଧ୍ୟା ୭ରୁ ସକାଳ ୫ଟା ଯାଏଁ ଥିଲା । ସ୍କୁଲ, କଲେଜ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ୩୧ ଅଗଷ୍ଟ ଯାଏଁ ବନ୍ଦ ରହିବ। ସପିଂ ମଲ୍ ସ୍ଥାନୀୟ ପ୍ରଶାସନର ଅନୁମତି ଅନୁସାରେ ଖୋଲିପାରିବ।ଜୁଲାଇ ମାସରେ ଜୋରଦାର ହେବ ଯାଞ୍ଚ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ସହ ନିୟମ ପାଳନ ହେଉଛି କି ନାହିଁ କଡ଼ାକଡ଼ି ଭାବେ ପାଳନ ହେବ ନିୟମ ନମାନିଲେ ଜରିମାନା ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।