ବ୍ରହ୍ମପୁର

ବ୍ରହ୍ମପୁରରେ ପୁଣି ଗଞ୍ଜେଇ ଜବତ ଉପରେ କୁକୁଡା ଖାଦ୍ୟ ଓ ଭିତରେ ଥିଲା 2 ଟନ ରୁ ଅଧିକ ଗଞ୍ଜେଇ, ଧରିଲା ଅବକାରୀ ବିଭାଗ

ବ୍ରହ୍ମପୁର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ କାରବାର  । ପୁଣି ବ୍ରହ୍ମପୁରରୁ ଜବତ ହେଲା 2 ଟନ ଗଞ୍ଜେଇ  । କୁକୁଡା ଖାଦ୍ୟ ଟ୍ରକରେ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ  । କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ 2 ଟନ ଗଞ୍ଜେଇ ଜବତ ହୋଇଛି  । ଜାତୀୟ ରାଜପଥ 16ର ବ୍ରହ୍ମପୁର କନିଷି ନିକଟରେ ଗଞ୍ଜେଇ ଚାଲାଣ ଗାଡିକୁ ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ କରିଥିଲା  । ସେଥିରେ କୁକୁଡା ଖାଦ୍ୟ ବୋଝେଇ ହୋଇ ନିଆଯାଉଥିଲା  । ସେହି ଗାଡିରେ ଉପରେ କୁକୁଡା ଖାଦ୍ୟ ଓ ଭିତରେ ଥିଲା 2 ଟନ  ଗଞ୍ଜେଇ  । ଡ୍ରାଇଭରକୁ ଅଟକ୍ ରଖି ପଚରାଉଚରା କରାଯାଉଛି  । ଏହି ଚେର କେତେ ଦୂର ଲମ୍ବିଛି ତାହା ଜଣାପଡିବ ବୋଲି ଆଶଙ୍କା କରାଯାଉଛି  । ପୂର୍ବରୁ ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେବା ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଧରିଥିଲା  ।