ବ୍ରହ୍ମପୁର

ସର୍ଦାର ବଲ୍ଲଭଭାଇ ପଟେଲ ବହୁମୁଖୀ ସଙ୍ଘ ତରଫରୁ ଭାରତର ସହିଦମାନଙ୍କ ପାଇଁ ନିରବ ପ୍ରାର୍ଥନା

ବ୍ରହ୍ମପୁର : ଆଜି ବ୍ରହ୍ମପୁର କୋର୍ଟପେଟା ଛକ ଠାରେ ସର୍ଦାର ବଲ୍ଲଭଭାଇ ପଟେଲ ବହୁମୁଖୀ ସଙ୍ଘ ତରଫରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆୱାନ କ୍ରମେ ପୂଜ୍ୟବାପୁଜୀ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସ ଅବସରରେ ଭାରତର ସହିଦ ମାନଙ୍କ ପାଇଁ 2ମିନିଟ ନିରବ ପ୍ରାର୍ଥନା କରାଗଲା I ଏହି ସମୟରେ ସଙ୍ଘର ସଭାପତି ଶ୍ରୀ ରାମ କୁମାର ପାତ୍ର, ସାହୁ, ନିରଞ୍ଜନ ପାଣିଗ୍ରାହୀ,ଅଶୋକ ନିମାଇଁ, ବିକାଶ ପାଣିଗ୍ରାହୀ, ମାତାପ୍ରସାଦ ନାୟକ,ମନୋଜ ମହାରଣା,ମହେଶ୍ୱର ବାଡତ୍ୟା, ସନ୍ଦେଶ ଦାସ, ଜେ ମୁରଲୀ କ୍ରିଷ୍ଣା,ଗଣେଶ ପାଣିଗ୍ରାହୀ, ଦୀନେଶ ଡୋରା,ହରେକୃଷ୍ଣ ବେହେରା,ହିମାଂଶୁ ପାଢ଼ୀ, ରାଜେନ୍ଦ୍ର ପଣ୍ଡା, ପ୍ରଦୀପ ପାଢ଼ୀ, ରଜନୀକାନ୍ତ ମଣ୍ଡଳ, ସନ୍ତୋଷ ମିଶ୍ର, ଵାପିନି ପଣ୍ଡା, ରାମ ବେହେରା, ସିରିଡି ବିକ୍ରମ, ସମୀର ଦାସ, ସୁରଜ ଦାସ,ଅମର ରାଓ ଙ୍କ ସମେତ ପ୍ରମୁଖ ଉପସ୍ଥିତ ରହିଥିଲେ.